ବଦଳିଲା ସରକାର, ବଦଳିଲା ପାଠ୍ୟକ୍ରମ: ବଦଳିଲା ଦ୍ୱାଦଶଶ୍ରେଣୀ ରାଜନୀତି ବିଜ୍ଞାନରେ ବାବ୍ରି ମସଜିଦ, ଗୁଜରାଟ ଦଙ୍ଗା ଶୀର୍ଷକ ଓ ବିଷୟବସ୍ତୁ

182

କନକ ବ୍ୟୁରୋ: ବହିରୁ ହଟିଲା ପାଠ୍ୟକ୍ରମ । ତେଜିଲା ବିବାଦ । ଦ୍ୱାଦଶଶ୍ରେଣୀ ରାଜନୀତି ବିଜ୍ଞାନରେ ଦେଶର ସବୁଠୁ ଚର୍ଚ୍ଚିତ ତଥା ସମ୍ବେଦନଶୀଳ ଘଟଣା ବାବ୍ରୀ ମସଜିଦ, ରାମମନ୍ଦିର ଆନ୍ଦୋଳନ ଓ ଗୁଜରାଟ ଦଙ୍ଗା ବିଷୟବସ୍ତୁର ଶୀର୍ଷକରେ ପରିବର୍ତ୍ତର୍ନ କରାଯିବା ସହ ପାଠ୍ୟକ୍ରମରେ କାଟଛାଟ କରାଯାଇଛି । କ’ଣ ରହିଛି ପୂରା ଘଟଣା, କାହିଁକି ସରକାର ବଦଳିବା ପରେ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ଦେଖିବା ଏହି ରିପୋର୍ଟରେ ।

ବଦଳିଲା ଦ୍ୱାଦଶଶେଣ୍ରୀ ରାଜନୀତି ବିଜ୍ଞାନ ସିଲାବସ
ଦଙ୍ଗା ଶୀର୍ଷକ ଓ ବିଷୟବସ୍ତୁରେ ପରିବର୍ତ୍ତନ
ଫୋକସରେ ବାବ୍ରି ମସଜିଦ, ଗୋଧ୍ରା ଘଟଣା
ନୂଆ ପରିବର୍ତନ ଅନୁସାରେ ଗୁଜରାଟ ଦଙ୍ଗା, ବାବ୍ରୀ ମସଜିଦ ଧ୍ୱଂସ ଓ ରାମମନ୍ଦିର ଆନ୍ଦୋଳନ ପରି ସମ୍ବେଦନଶୀଳ ଘଟଣା ସମ୍ବନ୍ଧିତ ସମସ୍ତ ଶୀର୍ଷକ ବଦଳାଯିବା ସହ ପାଠ୍ୟକ୍ରମରେ କାଟଛାଟ କରାଯାଇଛି । ଏନେଇ ଏନସିଆରଟିର ନିର୍ଦ୍ଦେଶ ପ୍ରସାଦ ସକଲାନୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ପରିବର୍ତନକୁ ନେଇ ରାମଜନ୍ମଭୂମି ଟ୍ରଷ୍ଟ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି ।
ଏନସିଇଆରଟି ପକ୍ଷରୁ କୁହାଯାଇଛି –

‘ଏନସିଇଆରଟି’ର ଯୁକ୍ତି
-ପାଠ୍ୟକ୍ରମ ପରିବର୍ତ୍ତର୍ନ ବାର୍ଷିକ ସଂଶୋଧନ ଅଟେ
-ଏହାକୁ ନେଇ କୌଣସି ବିବାଦ କରିବା ଉଚିତ ନୁହେଁ
-ସ୍କୁଲ ପାଠ୍ୟକ୍ରମରେ ଦଙ୍ଗା ବାବଦରେ କାହିଁକ ଶିକ୍ଷା ଦିଆଯିବ?
-ଦଙ୍ଗା ବାବଦରେ ପାଠ ଛାତ୍ରଛାତ୍ରୀଙ୍କ ଉପରେ ଖରାପ ପ୍ରଭାବ ପକାଉଛି
-ଛାତ୍ରଛାତ୍ରୀଙ୍କୁ ହିଂସକ ଅବସାଦବାଦୀ କରିବା ଆଶଙ୍କା ରହିଛି
ପାଠ୍ୟକ୍ରମରେ ପରିବର୍ତନକୁ ନେଇ ରାଜନୀତି ଆରମ୍ଭ ହୋଇଛି । ଏହି ପଦକ୍ଷେପକୁ ସ୍ୱାଭାବିକ କହି ସମର୍ଥନ କରିଛି ବିଜେପି । ଅନ୍ୟପକ୍ଷରେ ପରିର୍ତନ ଯୋଗୁଁ ସାମ୍ପ୍ରଦାୟିକ ହିଂସା ବଢ଼ିବ ବୋଲି କଗ୍ରେସ ଚେତାବନୀ ଦେଇଛି ।
ଏନସିଇଆରଟି କହିଛି….

ସିଲାବସରେ ପରିବର୍ତ୍ତନ
-ପାଠ୍ୟପୁସ୍ତକରୁ ବାବ୍ରି ମସଜିଦ ଶୀର୍ଷକ ହଟାଯାଇଛି
-ହିଂସା ବାବଦରେ ପାଠ୍ୟପୁସ୍ତକରୁ କିଛି ଭାଗ ହଟାଯାଇଛି
-ବାବ୍ରି ମସଜିଦ ବଦଳରେ ‘ତିନି ଗୁବନ୍ଦ ସରଂଚନା’ ଲେଖାଯାଇଛି
-୪ଫର୍ଦ୍ଦର ପାଠ୍ୟକ୍ରମକୁ ୨କୁ କମାଯାଇଛି
-ଅଯୋଧ୍ୟା ବିବାଦର ନାଁକୁ ଅଯୋଧ୍ୟା ପ୍ରସଙ୍ଗ କରାଯାଇଛି
-ଭଗବାନ ରାମଙ୍କ ଜନ୍ମସ୍ଥାନ ବଦଳରେ ଶ୍ରୀରାମଙ୍କ ଜନ୍ମସ୍ଥାନ ଲେଖାଯାଇଛି
ପୂର୍ବରୁ ପୁସ୍ତକରେ ଅଯୋଧ୍ୟା ବିବାଦ, ରାମମନ୍ଦିର ଆନ୍ଦୋଳନ ବାବ୍ରୀ ମସଜିଦ ଧ୍ୱଂସ, ହିଂସା,ମୃତ୍ୟୁ ବିଷୟବସ୍ତୁ ପଢ଼ାଯାଉଥିଲା । କିନ୍ତୁ ବର୍ତମାନ ରାମଜନ୍ମଭୂମିର ଆଇନଗତ ବିବାଦ ଓ ରାଜନୀତି ଉପରେ ଏହାର କି ପ୍ରଭାବକ ପଡିଛି ତାକୁ ସ୍ଥାନ ଦିଆଯାଇଛି । ସେହିପରି ପୂର୍ବରୁ ପୁସ୍ତକରେ ଗୋଧ୍ରା କାଣ୍ଡ ବିବାଦ ଓ ମୃତ, ଓ ମୁସଲମାନଙ୍କ କଥା କୁହାଯାଇଥିବାବେଳେ ଏବେ ଦଙ୍ଗାରେ ସବୁ ସମ୍ପ୍ରଦାୟ ପୀଡିତ ହୋଇଥିବା କୁହାଯାଇଛି ।