ରାଏବରେଲୀରେ ରହିଲେ ୱାୟନାଡ ଛାଡିଲେ ରାହୁଲ! କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘୋଷଣା

125

କନକ ବ୍ୟୁରୋ: କଂଗ୍ରେସର ବଡ ଘୋଷଣା । ୱାୟନାଡ ଛାଡିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ।ଆଜି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଘୋଷଣା କରିଛନ୍ତି ।ଲୋକସଭା ନିର୍ବାଚନରେ ରାହୁଲ ଉଭୟ ରାଏବରେଲୀ ଓ ୱାୟନାଡ ଆସନରେ ବହୁ ଭୋଟ ବ୍ୟବଧାନରେ ଜିତ ହାସଲ କରିଥିଲେ । ତେବେ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡିବେ ତାକୁ ନେଇ ୧୩ଦିନ ହେବ ଯେଉଁ ସସପେନ୍ସ ଚାଲିଛି ତାଉପରେ ଆଜି ବିରାମ ଲାଗିପାରେ ।