ଗାନ୍ଧୀ ପରିବାର ପାଖରେ ରହିବ କଂଗ୍ରେସ କମାଣ: ରାହୁଲ ଗାନ୍ଧୀ ରାଜି ନହେଲେ ପ୍ରିୟଙ୍କା ସଭାପତି !

142

କନକ ବ୍ୟୁରୋ: ଦେଶରେ ମୋଦି ଶାସନ ଚାଲୁଥିବାବେଳେ, ସବୁଠାରୁ ସଂକଟ ଜନକ ସ୍ଥିତି ଦେଇ ଗତି କରୁଥିବା ଦେଶର ସବୁଠୁ ପୁରୁଣା ରାଜନୈତିକ ଦଳ, କଂଗ୍ରେସ ପାଇଁ ପ୍ରିୟଙ୍କା ଗାନ୍ଧୀ ଏବେ ସାହାରା ଭଳି ଦେଖାଯାଉଛନ୍ତି । କେମିତି ଦଳକୁ ପୁଣି ଥରେ ତୃଣମୂଳ ସ୍ତରରୁ ମଜଭୁତ କରିହେବ । କିଏ ଦଳର ନେତୃତ୍ୱ ନେବ, ଏହାକୁ ନେଇ ରାଜସ୍ଥାନର ଉଦୟପୁର ଚିନ୍ତନ ଶିବିରରେ ଆଲୋଚନା ହୋଇଥିବାବେଳେ ରାହୁଲ ରାଜି ନହେଲେ, ପିି୍ରୟଙ୍କାଙ୍କ ହାତରେ କଂଗ୍ରେସର କମାଣ ଦେବାକୁ ବହୁ ବରିଷ୍ଠ ନେତା ଦାବି କରିଥିବା ଚର୍ଚ୍ଚା ହେଉଛି ।

୨୦୧୯ ନିର୍ବାଚନ ପରେ ରାହୁଲ ଗାନ୍ଧୀ ପଦରୁ ଇସ୍ତଫା ଦେବା ପରେ କେହି ଦଳର ପୂୁର୍ଣ୍ଣକାଳିନ ଅଧକ୍ଷ ନାହାଁନ୍ତି । ସେବେଠାରୁ ରାହୁଲ ଗାନ୍ଧୀଙ୍କୁ ମନାଇବାକୁ ଚେଷ୍ଟା କରାଯାଉଥିଲେ ମଧ୍ୟ ସେ ଦାୟିତ୍ୱ ନେବାକୁ ରାଜି ହେଉନାହାଁନ୍ତିି । ଆଉ ସୋନିଆ ଗାନ୍ଧୀ ଅନ୍ତରୀଣ ଅଧକ୍ଷ ଦାୟିତ୍ୱ ତୁଲାଇ ଆସୁଛନ୍ତି ।

ଆଗକୁ ଏକାଧିକ ରାଜ୍ୟ ନିର୍ବାଚନ ଥିବାରୁ ଓ ୨୦୨୪ରେ ପୁଣି ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଲଢ଼େଇ ପାଇଁ ଜଣଙ୍କୁ ପୂର୍ଣ୍ଣକାଳିନ ଅଧ୍ୟକ୍ଷ କରିବା ପାଇଁ ବହୁ ନେତା ଚିନ୍ତନ ଶିବିରରେ ଦାବି କରିଛନ୍ତି । ଆଚାର୍ଯ୍ୟ ପ୍ରମୋଦଙ୍କ ସମେତ ବହୁ ବରିଷ୍ଠ ନେତା କହିଛନ୍ତି, ଯଦି ରାହୁଲ ଗାନ୍ଧୀ ଏହି ଦାୟିତ୍ୱ ନେବାକୁ ପଛଘୁଂଚା ଦିଅନ୍ତି, ତେବେ ପ୍ରିୟଙ୍କା ଗାନ୍ଧୀ ହିଁ ଏଥିପାଇଁ ଯୋଗ୍ୟ । ପ୍ରିୟଙ୍କାଙ୍କୁ ସଭାପତି ନୂଆ ସଭାପତି କରାଯାଉ । ହେଲେ କିଏ ହେବେ କଂଗ୍ରେସର ସଭାପତି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସଂଗଠନ ସଜାଡିବାକୁ ପୁଣି ଗାନ୍ଧୀ ପରିବାର ଆଖପାଖରେ ଦଳର ନେତୃତ୍ୱ ପ୍ରସଙ୍ଗ ଘୁରି ବୁଲୁଥିବା ଚର୍ଚ୍ଚା ହେଉଛି ।

କଂଗ୍ରେସ ଦଳ ଭିତରେ ବହୁ ସମୟରେ ବରିଷ୍ଠ ଓ ଯୁବ ନେତାଙ୍କ ଭିତରେ ବିବାଦ ହୋଇଥାଏ । ଏହି ବିବାଦକୁ କେମିତି ମୁକାବିଲା କରାଯିବ ସେଥିପାଇଁ ଚିନ୍ତନ ଶିବିରରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ । ଏନେଇ ସୂଚନା ଦେଇ ସୋନିଆ ଗାନ୍ଧୀ କହିଛନ୍ତି, ଏଥର ଦଳରେ ୫୦ ପ୍ରତିଶତ ଯୁବବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯିବ । ଦଳ ସହ ସମସ୍ତଙ୍କୁ ଯୋଡିବା ପାଇଁ ଗାନ୍ଧୀ ଜୟନ୍ତୀରୁ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡ’ଯାତ୍ରା କରାଯିବ ।

ନବ ସଂକଳ୍ପ ଶିବିରର ଶେଷ ଦିନରେ ବିଜେପି ଓ ଆରଏସଏସ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି, ମୋ ଉପରେ ପ୍ରତ୍ୟକ ଦିନ ପ୍ରଶ୍ନ ଉଠାଯାଉଛି, କାରଣ ତାଙ୍କ ଦଳରେ ସମସ୍ତଙ୍କୁ କହିବାକୁ ଅଧିକାର ଦିଆଯାଇଛି ।