ଝିଅକୁ ବଞ୍ଚାଇବା ପାଇଁ ବାପା-ମା’ଙ୍କ ଆକୁଳ ନିବେଦନ: କ୍ୟାନ୍ସରରେ ପୀଡିତ ଅଛି ୩ବର୍ଷର କୁନି ଝିଅ

137

କନକ ବ୍ୟୁରୋ: ଝିଅକୁ ବଂଚାଇବାକୁ ଦୃଷ୍ଟି ବାଧିତ ବାପାମାଆଙ୍କ ଆକୁଳ ନିବେଦନ । ଆମ କିଡନୀ ନେଇଯାଅ ହେଲେ ଝିଅକୁ ବଂଚାଇଦିଅ । ପିପିଲି ମଙ୍ଗଳପୁରର ଅଶୋକ ଓ ସୁମିତ୍ରା । ଜନ୍ମରୁ ଦୃଷ୍ଟି ଶକ୍ତି ହରାଇଛନ୍ତି । ହେଲେ ନିଜର ଜନ୍ମିତ ଝିଅର ଦୃଷ୍ଟି ଶକ୍ତି ଫେରାଇବା ସହ ଚିକିତ୍ସା ପାଇଁ ନିଜ କିଡନୀ ବିକ୍ରି କରିବାକୁ ମଧ୍ୟ ପଛଘୁଂଚା ଦେଇନାହାନ୍ତି । ୩ ବର୍ଷ ଝିଅର ଆଖି ଖରାପ ହୋଇଯିବା ସହ କ୍ୟାନ୍ସର ହୋଇଛି । ଚିିକତ୍ସା ପାଇଁ ଦରକାର ୨ଲକ୍ଷରୁ ଅଧିକ ଟଙ୍କା । ମୁଣ୍ଡ ଗୁଂଜିବାକୁ ଘର ନାହିଁ । ପେଟକୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁନଥିବା ବଳେ ଏତେ ଟଙ୍କା କେଉଁଠୁ ଆଣିବେ । ବିଭିନ୍ନ ସ୍ଥାନରେ ଜଣାଇ ନିରାଶ ହେବା ପରେ ଏବେ ନିଜ କିଡନୀ ବିକି ଝିଅକୁ ସୁସ୍ଥ କରିବାକୁ କହିଛନ୍ତି ଏହି ଦମ୍ପତି । ଝିଅକୁ ବଂଚାଇବାକୁ ଏନେଇ କ୍ୟାମେରା ସମାନାରେ କିଛି ସହଯୋଗ ଲୋଡିଛନ୍ତି ସ୍ୱାମୀ ସ୍ତ୍ରୀ ।