ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ! କାରଣ ଖୋଜୁଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ

1,325

କନକ ବ୍ୟୁରୋ: ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ । ଦେଖିବାକୁ ମିଳୁଛି ଅଧିକ ସଂଖ୍ୟାରେ କଳା ବାଘ । ବାଘର ରଂଗ ବଦଳିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ସଂଖ୍ୟା କମୁଥିବାରୁ ଆନୁବଂଶିକ ରୂପାନ୍ତରଣକୁ ଦାୟୀ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ । ଏସବୁ ଭିତରେ ପ୍ରଶ୍ନ ଉଠୁଛି, ରଙ୍ଗ ପରିବର୍ତନ, ବାଘବଂଶ ଉପରେ ପକାଇବ କି ପ୍ରଭାବ?

ଜୈବ ବିବିଧତା ପାଇଁ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ବଦଳୁଛି ବାଘର ରଙ୍ଗ । ବିଶେଷଜ୍ଞଙ୍କ କହିବା ଅନୁସାରେ, ମହାବଳ ବାଘ ୧୪ ପ୍ରକାରର ରଙ୍ଗର ରହିଥାନ୍ତି । କିନ୍ତୁ ଆମେ ହଳିଦିଆ ଶରୀର ସହ କଳା ରଙ୍ଗର ପଟା ପଟା ଦାଗ ରହିଥିବା ଦେଖିଥାଉଁ । କିନ୍ତୁ ବର୍ତମାନ ଶିମିଳିପାଳରେ ଅଧିକ ସଂଖ୍ୟାରେ କଳା ବାଘ ଦେଖିବାକୁ ମିଳିଛି ଯାହା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି ।

ବାଘର ରଙ୍ଗ ହଳଦିଆ ପରିବର୍ତେ କଳା ହେବାରେ ଲାଗିଛି । ଆଉ ଏହା ଶିମିଳିପାଳ ଅଭୟାରଣ୍ୟ କର୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । ବନ୍ୟପ୍ରାଣୀ ବିଶେଷଜ୍ଞ ବି ଏହାକୁ ନେଇ ଚିନ୍ତାରେ ପଡିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା କୌଣସି ରୋଗ ନୁହେଁ । ଶିମିଳିପାଳରେ ଆଗରୁ ବାଘ କରିଡର ଥିଲା । ଏବେ କିନ୍ତୁ ଆଉ ଏହା ନାହିଁ । ବାଘ ସଂଖ୍ୟା କମ୍ ଥିବାରୁ ବର୍ଷ ବର୍ଷ ଧରି ଅନ୍ତଃପ୍ରଜନନ ହୋଇଆସୁଛି । ଆଉ ଆନୁବଂଶିକ ରୂପାନ୍ତରଣ ହିିଁଁ କଳାବାଘ ସଂଖ୍ୟା ବୃଦ୍ଧିର କାରଣ ବୋଲି କହିଛନ୍ତି ବିଶେଷଜ୍ଞ ।

ଶିମିଳିପାଳରେ କେତେ ଅଛନ୍ତି କଳାବାଘ?
ଋଙ୍ଗ ପରିବର୍ତ୍ତନ ବାଘବଂଶ ଉପରେ ପକାଇବ କି ପ୍ରଭାବ?
ଶିମିଳିପାଳ ସାଧାରଣତଃ କଳାବାଘ ପାଇଁ ପ୍ରସିଦ୍ଧ । ବିଶ୍ୱର ଅନ୍ୟ କୌଣସି ଜାଗାରେ ଏଭଳି କଳାବାଘ ଦେଖାଯାଏ ନାହିଁ । ତେବେ ଏଠାରେ କେତେ କଳାବାଘ ଅଛନ୍ତି ତାର ସଠିକ ତଥ୍ୟ ନାହିଁ । ଜୁଲାଇ ୨୧ ୧୯୯୩ ମସିହାରେ ଏଠାରେ ପ୍ରଥମେ କୃଷ୍ଣକାୟ କଳାବାଘ ଥିବା ଜଣାପଡିଥିଲା । ଏବେ ପ୍ରଶ୍ନ ଉଠୁଛି, ଏହାର ସମାଧାନ କଣ । ବିଶେଷଜ୍ଞଙ୍କ କହିବା ଅନୁସାରେ,
-ଏଭଳି ବାଘବଂଶ ବୃଦ୍ଧି ଉଦବେଗଜନକ
-ବାଘ କରିଡର ବଢାଇବା ଜରୁରୀ
-ଶିମିଳିପାଳର ବାଘ ଯେଭଳି ଅନ୍ୟ ଅଂଚଳକୁ ଚଳପ୍ରଚଳ କରିବେ ସେଥିପ୍ରତି ଦୃଷ୍ଟି ଦିଆଯିବା ଦରକାର
-ବ୍ୟାଘ୍ର ସ୍ଥାନାନ୍ତରଣ କରି ଅନ୍ୟ ଜିନର ବାଘ ଆଣି ପ୍ରଜନନ କରାଇବା

ବାଘ ଗଣନା ପାଇଁ ଶିମିଳିପାଳ କୋର ଏରିଆରେ ଲାଗିଥିବା କ୍ୟାମେରାରେ ଯେଉଁ ମହାବଳ ବାଘଙ୍କ ଫଟୋ କଏଦ ହୋଇଛି ସେଥିରୁ ବାଘ ହଳଦିଆ ବଦଳରେ କଳା ଦେଖାଯାଉଛି । ତେବେ ରଙ୍ଗ ପରିବର୍ତନ ବାଘବଂଶ ଉପରେ ପ୍ରଭାବ ପକାଇବ କି ନାହିଁ , ସେ ନେଇ ଶିମିଳିପାଳ କର୍ତୃପକ୍ଷ ଗବେଷକଙ୍କ ସହଯୋଗ ଲୋଡିଛନ୍ତି ।