ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର : ୭ମାସ ପୂର୍ବେ କରିଥିଲେ ବିବାହ

659

କନକ ବ୍ୟୁରୋ : ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର । ବାଙ୍କୀ ଥାନା ଅନ୍ତର୍ଗତ ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ନିଜ ଶୋଇବା ଘର ଭିତରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇଜଣ ସେହି ଗାଁର ଧରଣୀଧର ସାହୁ ଓ ନିରୁପମା ସାହୁ ବୋଲି ଜଣାପଡ଼ିଛି । ୭ ମାସ ତଳେ ଏହି ଦୁଇ ଜଣଙ୍କର ବାହାଘର ହୋଇଥିଲା ।

ଧରଣୀଧର ଭୁବନେଶ୍ୱରରେ ଏକ ମିଠା ଦୋକାନ ଦେଇଥିବା ଗତକାଲି ସେ ଗାଁକୁ ଆସିଥିଲେ । ଆଜି ସକାଳୁ ଉଭୟ ସ୍ୱାମୀ, ସ୍ତ୍ରୀ ନିଜ ଶୋଇବା ଘର ଭିତରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାରେ କାରଣ ଏବେ ବି ଅସ୍ପଷ୍ଟ ରହିଛି ।