ସକାଳୁଆ ହେବ ଅଙ୍ଗନବାଡି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଘୋଷଣା କଲେ ରାଜ୍ୟ ସରକାର ।

169

କନକ ବ୍ୟୁରୋ: ରାଜ୍ୟରେ ପ୍ରଚଣ୍ଡ ଖରା ପାଇଁ ବଦଳିଲା ଅଙ୍ଗନବାଡ଼ି ସମୟ । ସକାଳୁଆ ଅଙ୍ଗନବାଡି କେନ୍ଦ୍ର ଖୋଲିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ସକାଳ ୭ଟାରୁ ୧୧ଟା ୩୦ଯାଏଁ ଖୋଲା ରହିବ ଅଙ୍ଗନବାଡି କେନ୍ଦ୍ର ।

ଏହା ପୂର୍ବରୁ ରାଜ୍ୟର ସମସ୍ତଙ୍କ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ସକାଳୁଆ ଘୋଷଣା କରିଥିଲେ ସରକାର । ଏପ୍ରିଲ ୨ରୁ ସମସ୍ତ ସ୍କୁଲ ସକାଳ ୭ଟାରୁ ସାଢେ ୧୧ଟା ଯାଏଁ ଚାଲୁଛି ।