ଉପାନ୍ତ ଅଞ୍ଚଳରେ ପହଞ୍ଚି ପରୁନାହିଁ ଆମ୍ବୁଲାନ୍ସ: ୮ ମାସର ଗର୍ଭବତୀଙ୍କୁ ଟେକି ଟେକି ନଦୀ ପାରି କଲେ ସଂପର୍କୀୟ 

58

କନକ ବ୍ୟୁରୋ: ଆଜି ବି ଅନେକ ଅଂଚଳକୁ ଗମନାଗମନର ସୁବିଧା ନାହିଁ । ତେଣୁ ଗାଁରେ ପହଂଚି ପାରୁନାହିଁ ଆମ୍ବୁଲାନ୍ସ । ତେଣୁ ନଦୀ ନାଳ ପାରି ହେଉଛନ୍ତି ଗର୍ଭବତୀ । ଗର୍ଭବତୀଙ୍କୁ ଟେକି ଟେକି ପାଣି ପାରି କରାଉଛନ୍ତି ସଂପର୍କୀୟ । ନଦୀ ପାର ହେଲେ ଡାକ୍ତରଖାନାକୁ ଯିବେ ଗର୍ଭଗତୀ ମହିଳା । ଏହି ଘଟଣା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବାଘମାରି ଗାଁର  । ୮ ମାସର ଗର୍ଭବତୀଙ୍କୁ କାଖେଇ ନଦୀ ପାର କଲେ ସଂପର୍କୀୟ ।