ତେଲେଙ୍ଗାନାର ସବୁଠାରୁ କମ୍ ବୟସର ମହିଳା ଇଂଜିନିୟର : ୧୦ ବର୍ଷ ବୟସରେ କରିଥିଲେ ଦଶମ ଶ୍ରେଣୀ ପାସ୍, ଏବେ ସେ ଦେଶ ସେବା କରିବା ପାଇଁ ଆଗ୍ରହୀ

55

କୁହାଯାଏ କି କିଛି ପ୍ରତିଭା ଭଗବାନ ଦେଇଥାନ୍ତି । ଏମିତି ହିଁ ଏହି ଝିଅ ସହିତ ହୋଇଛି । ତେଲେଙ୍ଗାନାର କାସୀଭଟ୍ଟ ସଂହିତା କୈାଣସି ସାମାନ୍ୟ ଝିଅ ନୁହେଁ । ସେ ତାଙ୍କର ପ୍ରତିଭା ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛନ୍ତି ଏବଂ ନିଜ ପିତାମାତାଙ୍କୁ ଗର୍ବ ଅନୁଭବ କରାଇଛନ୍ତି । ମାତ୍ର ୧୬ ବର୍ଷ ବୟସରେ ସଂହିତାଙ୍କୁ ତେଲେଙ୍ଗାନାର ସବୁଠାରୁ ଯୁବ ମହିଳା ଇଂଜିନିୟରର ସମ୍ମାନ ମିଳିଛି । ୧୦ ବର୍ଷ ବୟସରେ ସେ ୧୦ମ ଶ୍ରେଣୀରେ ୮.୮ ସଜିପିଏ ହାସଲ କରିଥିଲେ ଏବଂ ୮୯ ପ୍ରତିଶତ ଅଙ୍କ ରଖି ଦ୍ୱାଦଶ ପରୀକ୍ଷା ପାସ କଲେ । ଏବେ ସଂହିତା ତେଲେଙ୍ଗାନାର ସବୁଠାରୁ ଯୁବ ମହିଳା ଇଂଜିନିୟର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ, ସଂହିତାଙ୍କ ପିତା ଏଲ.ଏନ କାସୀଭଟ୍ଟ ପରାମର୍ଶଦାତାର କାମ କରନ୍ତି ଏବଂ ତାଙ୍କ ମା’ ଗୀତା ଚତୁର୍ବେଦୁଲା ଟେକ୍ ମହିନ୍ଦ୍ରାରେ ପ୍ରୋଜେକ୍ଟ ମ୍ୟାନେଜର ଅଛନ୍ତି । ସଂହିତାଙ୍କ ମାତାପିତା ବର୍ଷ ୨୦୧୪ରେ ତେଲେଙ୍ଗାନା ସରକାରଙ୍କ ଠାରୁ ନିଜ ଝିଅର ଦାଖଲ ପାଇଁ ଅପିଲ କରିଥିଲେ । ମଂଜରୁୀ ମିଳିବା ପରେ ଚୈତନ୍ୟ ଭାରତୀ ଇଂଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜିରୁ ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସର ଡିଗ୍ରୀ ପୁରା କରିଥିଲେ । ସଂହିତା ପାୱାର ସେକ୍ଟରରେ କାମ କରିବାକୁ ଚାହୁଁଛନ୍ତି । ସେ ଏହି ସେକ୍ଟରରେ କାମ କରି ଦେଶର ସେବା କରିବାକୁ ଚାହୁଁଛନ୍ତି ।