ଜାନୁଆରୀ ଭିତରେ କିଶୋରଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ । ଟିକାକରଣ ପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ନିର୍ଦ୍ଦେଶ ।

94

କନକ ବ୍ୟୁରୋ: ଜାନୁଆରୀ ମାସ ଭିତରେ ୧୫-୧୮ ବର୍ଷ ପିଲାଙ୍କ ଟିକାକରଣ ସାରିବାକୁ ନିର୍ଦ୍ଦେଶ । ଶୁକ୍ରବାର ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ପାଇଁ ଶିକ୍ଷା ବିଭାଗ ସହ ସମନ୍ୱୟ ରଖିବାକୁ ଜିଲ୍ଲାପାଳ ଓ ସିଡିଏଓଙ୍କୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଅନ୍ୟପଟେ ସ୍କୁଲରେ ୧୫ରୁ ୧୮ ବର୍ଷ ପିଲାଙ୍କ ତାଲିକା ପ୍ରସ୍ତୁତ କରିବେ ପ୍ରଧାନ ଶିକ୍ଷକ । ଏହି ତାଲିକା ନେଇ ସେ ସିଡିଏମଓଙ୍କ ସହ ଯୋଗାଯୋଗ କରିବେ । ତାଲିକା ଅନୁସାରେ ସ୍କୁଲରେ ଟିକାକରଣ ବ୍ୟବସ୍ଥା କରିବେ ସିଡିଏମଓ । ତା ସହିତ କ୍ୟାମ୍ପ ଓ ଟିକାକରଣ ନେଇ ସହଯୋଗ କରିବ ସ୍କୁଲ । ଏହାପରେ ପିଲାଙ୍କୁ କିଭଳି ଭାବେ ଶୀଘ୍ର ଟିକା ଦିଆଯିବ ସେନେଇ ସୁନିଶ୍ଚିତ କରିବେ ପ୍ରଧାନଶିକ୍ଷକ ।

ଏହାପୂର୍ବରୁ ମାଟ୍ରିକ ପିଲାଙ୍କ ଟିକାକରଣ ନେଇ ମଧ୍ୟ ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଜାନୁଆରୀ ୮ ତାରିଖ ପରେ ମାଟ୍ରିକ ପିଲା ଟିକା ନେବେ ବୋଲି ଏହି ବୈଠକରେ କୁହାଯାଇଥିଲା । ଜାନୁଆରୀ ୫ ତାରିଖରୁ ମାଟ୍ରିକ ସମେଟିଭ୍ ପରୀକ୍ଷା ଆରମ୍ଭ ହେଉଛି । ତେଣୁ ଏହି ପରୀକ୍ଷା ଶେଷ ହେଲେ ପିଲାମାନେ କୋଭିଡ୍ ଟିକା ନେବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏବେ ତା ସହିତ ଉପରୋକ୍ତ ବିଷୟ ଗୁଡିକ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।