ସୀମାର ବଦଲା ଷ୍ଟାଡିୟମରେ ! ଟି-ଟ୍ୱେଂଟି ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ମାତ୍

34

କନକ ବ୍ୟୁରୋ : ସୀମାର ବଦଲା ଷ୍ଟାଡିୟମରେ । ସୀମାରେ ଭାରତୀୟ ସେନା ପାକିସ୍ତାନକୁ କଡା ଜବାବ ଦେଉଥିବା ବେଳେ କ୍ରିକେଟ୍ ଷ୍ଟାଡିୟମରେ ବଦଲା ନେଇଛି ମହିଳା ଟିମ୍ । ମହିଳା ଟି-ଟ୍ୱେଂଟି ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ମାତ୍ ଦେଇଛି ଭାରତ । ବ୍ୟାଂକକରେ ଖେଳାଯାଇଥିବା ଏହି ମ୍ୟାଚରେ ୧୭ ରନରେ ପାକିସ୍ତାନକୁ ହରାଇ ପୁଣି ଥରେ ଏସିଆ କପ୍ ଚାମ୍ପିଅନ୍ ହୋଇଛି ଟିମ୍ ଇଣ୍ଡିଆ ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ମିତାଲି ରାଜଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୫ ୱିକେଟ୍ ହରାଇ କରିଥିଲା ୧୨୧ ରନ୍ । ଆଉ ୧୨୨ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ପାକିସ୍ତାନୀ ଟିମ୍ ମାତ୍ର ୧୦୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଏହି ବିଜୟ ସହ ଲଗାତାର ଷଷ୍ଠ ଥର ପାଇଁ ଏସିଆ କପ୍ ଟାଇଟଲ୍ କବଜା କରିଛି ଭାରତ ।