ସୁଷମାଙ୍କୁ ବଞ୍ଚାଇବା ପାଇଁ ୭୦ ମିନିଟ୍ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଥିଲେ ଡାକ୍ତରୀ ଟିମ୍ : ନିଧନ ପରେ କୋହ ସମ୍ଭାଳି ନପାରି କାନ୍ଦି ପକାଇଥିଲେ ଡାକ୍ତର

2,307

କନକ ବ୍ୟୁରୋ : ପୂର୍ବତନ ବୈଦେଶିକ ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ ଏମ୍ସ ଡାକ୍ତର । ପାଖାପାଖି ୭୦ ମିନିଟ୍ ପର୍ଯ୍ୟନ୍ତ ସୁଷମାଙ୍କୁ ବଂଚାଇବା ପାଇଁ ଚେଷ୍ଟା କରାଯାଇଥିଲା । ସୁଷମାଙ୍କୁ ସିପିଆର ଓ ହାର୍ଟ ପମ୍ପ କରିବା ସହ ଶକ୍ ଟ୍ରିଟମେଂଟ ମଧ୍ୟ କରାଯାଇଥିଲା । ହେଲେ ଡାକ୍ତରୀ ଟିମଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା ଓ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ସୁଷମା । ମଙ୍ଗଳବାର ରାତିରେ ଦିଲ୍ଲୀ ଏମ୍ସରେ ହୃଦଘାତରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

ମଙ୍ଗଳବାର ରାତିରେ ସୁଷମାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସରେ ଭର୍ତ୍ତି କରିବା ପରେ ଡାକ୍ତରଙ୍କ ଏକ ଟିମ୍ ସୁଷମାଙ୍କ ଚିକିତ୍ସାରେ ଲାଗିପଡ଼ିଥିଲେ । ତେବେ ସକଳ ଚେଷ୍ଟା ସତ୍ୱେ ସୁଷମାଙ୍କ ଜୀବନ ବଞ୍ଚି ପାରିନଥିଲା । ସୁଷମାଙ୍କ ନିଧନ ପରେ ସୁଷମାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମର ଜଣ ଜୁନିୟର ଡାକ୍ତର କାନ୍ଦି ପକାଇଥିଲେ ।

ସୂଚନା ଅନୁସାରେ ପାଖାପାଖି ୧୦.୫୦ରେ ସୁଷମା ଶେଷ ନିଶ୍ୱାସ ତ୍ୟାଗ କରଥିଲେ । ଡାକ୍ତରଙ୍କ ଅନୁସାରେ ଏମ୍ସ ପହଞ୍ଚିବା ପୂର୍ବରୁ ଡାକ୍ତରୀ ଟିମ୍ ଆଲର୍ଟରେ ଥିଲା । ଆମ୍ବୁଲାନ୍ସରେ ତାଙ୍କୁ ତୁରନ୍ତ ଏମରଜେନ୍ସିକୁ ନିଆଯାଇଥିଲା । ଡାକ୍ତରଖାନା ନେବାର କିଛି ସମୟ ଭିତରେ ହିଁ ଡାକ୍ତରମାନେ ଜାଣିପାରିଥିଲେ ସୁଷମାଙ୍କୁ ହୃଦଘାତ ହୋଇଛି । ପ୍ରାରମ୍ଭିକ ୧୦-୧୫ ମିନିଟରେ ସିପିଆରରେ କାମ ନକରିବାରୁ ଶକ୍ ଟ୍ରିଟମେଣ୍ଟ କରାଯାଇଥିଲା । ସକ୍ ଟିଟମେଂଟ କାମ ନକରିବାରୁ ହାର୍ଟ ପମ୍ପ କରାଗଲା । ପମ୍ପ କାମ ନକଲା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଗଲା । ଡାକ୍ତରୀ ଟିମର କଡ଼ା ପରିଶ୍ରମ ସଫଳ ହେଲାନି, ସେତେବେଳକୁ ସୁଷମା ଦୁନିଆ ଛାଡ଼ି ସାରିଥିଲେ ।