ଆରବିଆଇର ବଡ ନିଷ୍ପତ୍ତି: ଲଗାତାର ୪ର୍ଥ ଥର ପାଇଁ ରେପୋ ରେଟ୍ ହ୍ରାସ; କମିବ ଇଏମଆଇ, ଶସ୍ତା ହୋଇପାରେ ଗୃହ ଓ କାର ଋଣ

ରୋପୋ ରେଟରେ ୩୫ ବେସିସ ପଏଣ୍ଟ ହ୍ରାସ ହୋଇଛି; ହ୍ରାସ ପାଇ ରୋପୋ ରେଟ୍ ୫.୪୦%ରେ ପହଞ୍ଚିଲା

265

କନକ ବ୍ୟୁରୋ: ଲଗାତାର ଚତୁର୍ଥ ଥର ପାଇଁ ରୋପୋରେଟ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ରୋପୋ ରେଟରେ ୩୫ ବେସିସ୍ ପଏଂଟ ବା ୫.୪୦ ପ୍ରତିଶତ ହ୍ରାସ କରିଛି ଆରବିଆଇ । ଏବେ ରେପୋ ରେଟ୍ ୭ ପ୍ରତିଶତରୁ ହ୍ରାସ ହୋଇ ୬ଦଶମିକ ୯ ପ୍ରତିଶତ କରି ଦିଆଯାଇଛି । ରେପୋ ରେଟ କମିବା ପରେ କମିବ ସୁଧହାର । ଯାହାର ଫାଇଦା ଲୋକମାନେ ସିଧାସଳଖ ପାଇପାରିବେ ।

ଯାହା ଫଳରେ ଏବେ ଗୃହ ଋଣ ଓ କାର୍ ଋଣ ଇଏମ୍ଆଇ କମ୍ ହେବ । ଆର୍ଥିକ ସଙ୍କଟ ବେଳେ ଯେତେବେଳେ ଆରବିଆଇ ଅନ୍ୟ ବ୍ୟାଙ୍କମାନଙ୍କୁ ଲୋନ୍ ଦେଇଥାଏ ତାକୁ ରେପୋରେଟ କୁହାଯାଇଥାଏ । ବ୍ୟାଙ୍କମାନଙ୍କ ପାଖରେ ଫଣ୍ଡର ଅଭାବ ହେଲେ ତାହାକୁ ପୂରଣ କରିବା ଲାଗି ଆରବିଆଇ ଠାରୁ ଲୋନ୍ ଆଣିଥାନ୍ତି । ଆରବିଆଇ ବ୍ୟାଙ୍କମାନଙ୍କୁ ଦେଉଥିବା ଲୋନ ଫିକ୍ସିଡ଼୍ ଅମାଉଂଟ ଦେଇଥାଏ ।