ବୟସ ଲୁଚାଇବା ପାଇଁ ଅସ୍ତ୍ରୋପଚାର । ରୁପ ବଦଳାଉଛି କସ୍ମେଟିକ୍ ସର୍ଜରୀ

223

କନକ ବ୍ୟୁରୋ : ଅନେକ ଅଭିନେତା, ଅଭିନେତ୍ରୀ ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁ ନିଜ ଚେହେରାରେ ପରିବର୍ତନ କରୁଛନ୍ତି । ଏକଥା ତ ସଭିଏଁ ଜାଣନ୍ତି । କିନ୍ତୁ ଏବେ ଅଧିକ ସୁନ୍ଦର ଦେଖିଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ ଯୁବପୀଢିଙ୍କ ପସନ୍ଦ ପାଲଟିଛି । ସୁନ୍ଦର ହେବା ପାଇଁ କିଏ ନାକର ଅସ୍ତ୍ରୋପଚାର କରୁଛି ତ କିଏ ଗାଲ ଓ ଆଖିର ।

୪୦ରୁ ୪୫ ବର୍ଷ ବୟସ ହେଲା ବେଳକୁ ଚେହରାରେ ଅନେକ ପରିବର୍ତନ ଆସିଯାଏ । ଗାଲର ଚର୍ମ ଧିରେ ଧିରେ ଝୁଲିପଡେ । କିନ୍ତୁ ଅନେକ ଏହା ପସନ୍ଦ କରନ୍ତି ନାହିଁ । ଆଉ ସବୁବେଳେ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି । ସେଥିପାଇଁ ଏବେ ଅନେକ ପ୍ଲାଷ୍ଟିକ ଓ କସ୍ମେଟିକ ସର୍ଜନଙ୍କ ପରାମର୍ଶ ନେଇ ଥ୍ରେଡ ଲିଫ୍ଟ କରାଉଛନ୍ତି । ଆଉ ଥ୍ରେଡ ଲିଫ୍ଟ କରାଇବା ପରେ କମ୍ ବୟସର ଦେଖାଯାଉଛନ୍ତି । ୪୦ରୁ ୫୦ ହଜାର ଭିତରେ ହେଉଛି ଏହି ଅସ୍ତ୍ରୋପଚାର ।

ଭଗବାନଙ୍କ ସୃଷ୍ଟିକୁ ବି ବଦଳାଇ ଦେଇପାରୁଛି ଚିକିତ୍ସା ବିଜ୍ଞାନର ଚମକ୍ରାର । ବେଳେବେଳେ ଏଭଳି ଅସ୍ତ୍ରୋପଚାରର ନକାରାତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ଅଧିକ ସୁନ୍ଦର ହେବାର ନିଶାରେ ବେଳେବେଳେ ଅସ୍ତ୍ରୋପଚାର ଶରୀରକୁ ବିକୃତ ବି କରିଦେଇପାରେ । ସେଥିପାଇଁ ଦକ୍ଷ ସର୍ଜନଙ୍କ ତତ୍ୱାବଧାନରେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।