ଯମୁନାର ଜଳସ୍ତର କମୁଛି, ହେଲେ ଏବେବି ଦିଲ୍ଲୀ ବନ୍ୟା ସ୍ଥିତି ସଙ୍ଗୀନ: ୨୬ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର

125

କନକ ବ୍ୟୁରୋ: ଦିଲ୍ଲୀରେ ବନ୍ୟା ସ୍ଥିତି ଏବେବି ସଙ୍ଗୀନ ରହିଛି । ଯମୁନା ନଦୀର ଜଳସ୍ତର କମିଚାଲିଛି, ହେଲେ ଏବେବି ଦେଶର ରାଜଧାନୀର ବହୁ ଅଂଚଳ ଜଳବନ୍ଦୀ ରହିଛି । ୨୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ୪୦ରୁ ଅଧିକ କ୍ୟାମ୍ପ କରାଯାଇଛି । ଦିଲ୍ଲୀର ବନ୍ୟା ସ୍ଥିତି ଏବେବି ସଙ୍ଗୀନ ଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ବନ୍ୟା ସ୍ଥିିିତି ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଆପ୍ ନେତା ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ଓ ହରିୟାଣା ସରକାର ଦିଲ୍ଲୀରେ ବନ୍ୟା ସ୍ଥିତି ପାଇଁ ଦାୟୀ ।

ରାଜରାସ୍ତାରେ ପାଣି ହିଁ ପାଣି । ପିଲା ପହଁରୁଛନ୍ତି, ସେଲଫି ଉଠାଉଛନ୍ତି । ହୁଏତ କେହି କେବେ ଭାବିନଥିବେ ଦେଶର କ୍ଷମତାକେନ୍ଦ୍ର ଦିଲ୍ଲୀରେ ଏମିତି ଦଅଶ୍ୟ ଦେଖିବାକୁ ମିଳିବ । ହେଲେ ଏଥର ଯମୁନାର ଜଳ ରାଜଧାନୀବାସୀଙ୍କୁ ଯାତନା ଦେଇଛି । ଦିଲ୍ଲୀରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ବିଭିନ୍ନ ଜାଗାରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଯଦିଓ ଯମୁନା ନଦୀର ଜଳସ୍ତର କମୁଛି, ହେଲେ ଏବେବି ଦିଲ୍ଲୀର ବିିଭିନ୍ନ ଅଂଚଳ ଜଳମଗ୍ନ ହୋଇଛି । ବନ୍ୟା ଜଳ ସୁପ୍ରିମକୋର୍ଟ, ରାଜଘାଟ ସମେତ ଅନେକ ପ୍ରମୁଖ ଅଂଚଳରେ ପହଂଚିଛି । ବନ୍ୟାଜଳ ପାଇଁ ଟ୍ରାଫିକ ସ୍ଥିତି ମଧ୍ୟ ସାଂଘାତିକ ରୂପ ନେଇଛି । ସୁପ୍ରିମକୋର୍ଟର ପ୍ରବେଶପଥରେ ବନ୍ୟା ଜଳ ଜମି ରହିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଦିଲ୍ଲୀର ଯେଉଁ ସବୁ ଅଂଚଳରେ ପାଣି ଭରିଯାଇଛି, ସେସବୁ ଜାଗାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ପ୍ରାୟ ୨୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲୀରେ ଏବେ ୪୪ଟି କ୍ୟାମ୍ପ କରାଯାଇଛି । ବନ୍ୟା ପ୍ରଭାବିତ ଲୋକଙ୍କୁ ଏଠାରେ ରଖାଯାଉଛି । ଆଉ ଯେଉଁସବୁ ଅଂଚଳରୁ ଲୋକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ, ସେମାନଙ୍କୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ ଯମୁନା ନଦୀର ପାଣି ଧୀରେ ଧୀରେ କମିବା କିିଛିଟା ଆଶ୍ୱସ୍ତିକର ଖବର ଆଣିଛି । ଯମୁନାର ଜଳସ୍ତର କମିବାରେ ଲାଗିଛି ।

ଏପଟେ ବନ୍ୟା ସ୍ଥିତି
ସେପଟେ ଆରମ୍ଭ ହେଲା ରାଜନୀତି
ଦିଲ୍ଲୀର ବନ୍ୟା ସ୍ଥିତି ଏବେବି ସଙ୍ଗୀନ ଥିବା ବେଳେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଦିଲ୍ଲୀରେ ବନ୍ୟା ସ୍ଥିିିତି ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଆପ୍ ନେତା ସୌରଭ ଭରଦ୍ୱାଜ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ଓ ହରିୟାଣା ସରକାର ଦିଲ୍ଲୀରେ ବନ୍ୟା ସ୍ଥିତି ପାଇଁ ଦାୟୀ । ସେପଟେ ଏହାର ଜବାବ ରଖିଛନ୍ତି ହରିୟାଣା ମନ୍ତ୍ରୀ ଅନୀଲ ବିଜ୍ । ସେ କହିଛନ୍ତି ହରିୟାଣାକୁ ପଞ୍ଜାବ ଓ ହିମାଚଳ ପ୍ରଦେଶରୁ ବି ପାଣି ପଶୁଛି । ହେଲେ ଏହି କଥାକୁ ନେଇ ଏବେ ବାକ୍ ଯୁଦ୍ଧ ଅନାବଶ୍ୟକ ।

ଦିଲ୍ଲୀର ବନ୍ୟାସ୍ଥିତି ବୁଲି ଦେଖିଛନ୍ତି ଉପଜିଲ୍ଲାପାଳ ବିନାଇ କୁମାର ସକସେନା । ଦେଶର ରାଜଧାନୀରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଥିବା ବେଳେ ଉତର ଭାରତର ଅନେକ ରାଜ୍ୟରେ ବନ୍ୟା ସ୍ଥିତି ସାଂଘାତିକ ରହିଛି । ବନ୍ୟା ଜନିତ କାରଣରୁ ଏଯାଏଁ ପ୍ରାୟ ଦେଢ଼ଶହ ଲୋକଙ୍କ ଜୀବନ ଗଲାଣି ।