ସୋସିଆଲ ମିଡିଆରେ ବ୍ୟକ୍ତିଗତ ଗୋପନୀୟତା ପ୍ରସଙ୍ଗ । କେନ୍ଦ୍ର ଓ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ ।

107

କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ । ବ୍ୟକ୍ତିଗତ ଗୋପନୀୟତାକୁ ନେଇ ଉଭୟ କେନ୍ଦ୍ର ଓ ହ୍ୱାଟ୍ସଆପକୁ ଜବାବ ତଲବ କରିଛନ୍ତି କୋର୍ଟ । ଆବେଦନ ଉପରେ ଶୁଣାଣୀ କରି କୋର୍ଟ କହିଛନ୍ତି ଲୋକଙ୍କ ତଥ୍ୟର ଗୋପନୀୟତା ରଖିବା ବେଶ ଗୁରୁତ୍ୱପୂର୍ଣ୍ଣ। କୋର୍ଟ କହିଛନ୍ତି ବ୍ୟବହାରକାରୀଙ୍କ ଗୋପନୀୟତା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହେଉଛି । ଲୋକଙ୍କ ତଥ୍ୟ ସୁରକ୍ଷିତ ରଖିବା ସମସ୍ତଙ୍କ ଦାୟିତ୍ୱ । ସୁପ୍ରିମକୋର୍ଟ ହ୍ୱାଟ୍ସଆପକୁ କହିଛନ୍ତି ଆପଣ ୨-୩ ଟ୍ରିଲିୟନର କମ୍ପାନୀ ହୋଇଥାଇ ପାରନ୍ତି କିନ୍ତୁ ଲୋକଙ୍କ ଗୋପନୀୟତା ସେମାନଙ୍କ ପାଇଁ ସବୁଠାରୁ ଅଧିକ ମୂଲ୍ୟବାନ । ଲୋକେ ତାଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ନେଇ ଚିନ୍ତିତ ଅଛନ୍ତି । ସେମାନେ ଭାବୁଛନ୍ତି ସେମାନଙ୍କ ତଥ୍ୟ ଓ ଚାଟ ଅନ୍ୟମାନଙ୍କୁ ଲିକ୍ କରାଯାଇଛି । ସେମାନେ ଏହା ଉପରେ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି।

କମ୍ପାନୀ କେବେହେଲେ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରିପାରିବ ନାହିଁ । ସେମାନଙ୍କ ତଥ୍ୟ ସୁରକ୍ଷିତ ରହିବା ଦରକାର । ଏକ ଜନସ୍ୱାର୍ଥ ଆବେଦନ ଦାୟର କରି କୁହାଯାଇଥିଲା ଯେ ଲୋକଙ୍କ ଗୋପନୀୟ ତଥ୍ୟକୁ ଲିକ କରାଯାଉଛି । ଆବେଦନରେ କୁହାଯାଇଥିଲା କି ୟୁରୋପ ଦେଶ ପାଇଁ କମ୍ପାନୀ ଭିନ୍ନ ମାନଦଣ୍ଡ ରଖିଛି କିନ୍ତୁ ଭାରତରେ ତଥ୍ୟ ଚୋରି ଘଟଣାର ବାରମ୍ବାର ସାମ୍ନାକୁ ଆସୁଛି । ଆଜି ଶୁଣାଣୀ କରି କୋର୍ଟ ଦୁଇ କମ୍ପାନୀକୁ ୪ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି । ଆଗାମୀ ଶୁଣାଣୀ ୪ ସପ୍ତାହ ପରେ କରାଯିବ ।