ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ । ଜୁନ ପହିଲାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ । ପରିଚାଳନା କମିଟି ବୈଠକରେ ହେଲା ଚୂଡାନ୍ତ ।

250

କନକ ବ୍ୟୁରୋ: ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରସ୍ତାବ ଚୂଡାନ୍ତ । ପରିଚାଳନା କମିଟି ବୈଠକରେ ହେଲା ଚୂଡାନ୍ତ । ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ୮୦୦ କୋଟି ଟଙ୍କାର ପ୍ରକଳ୍ପ । ୩୦ ଡିସେମ୍ବର ୨୦୧୯ରେ ପ୍ରକଳ୍ପର ଚିଠା ପ୍ରସ୍ତୁତ ହୋଇଥିଲା । ଜୁନ ପହିଲାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ । ଐତିହ୍ୟ କରିଡରକୁ ୯ ଭାଗରେ ବିଭକ୍ତ କରାଯିବ । ସବୁ ଜମିକୁ ମହାପ୍ରଭୁଙ୍କ ନାଁରେ ନାମିତ କରାଯିବ । ବୈଠକ ପରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ତେବେ ଶ୍ରୀମନ୍ଦିର ଚାରିପାଖର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଅତୀତରେ ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟକରଣ କାମ କରାଯାଇଛି । ଆଉ ଏବେ ଐତିହ୍ୟ କରିଡର ପରେ କେମିତି ଦେଖାଯିବ ଶ୍ରୀକ୍ଷେତ୍ର ଦେଖନ୍ତୁ…