ରାଜସ୍ଥାନରେ ମାତୃତ୍ୱ ପାଇଁ ବଢିଚାଲିଛି ପାରୋଲ ଆବେଦନ। ‘ମୁଁ ମା’ ହେବାକୁ ଚାହୁଁଛି, ମୋ ସ୍ୱାମୀଙ୍କୁ ପାରୋଲ ଦିଅ! ଆବେଦନ କରୁଛନ୍ତି ସ୍ତ୍ରୀ ।

470

କନକ ବ୍ୟୁରୋ: ମୁଁ ମା ହେବାକୁ ଚାହୁଁଛି । ମୋ ସ୍ୱାମୀଙ୍କୁ ପାରୋଲ ଦିଅ! ରାଜସ୍ଥାନର ମହିଳାଙ୍କ ଏଭଳି ଆବେଦନର ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । କିଛି ମାସ ତଳେ ରାଜସ୍ଥାନ ହାଇକୋର୍ଟ ଜଣେ କଏଦୀଙ୍କୁ ଏହି ଆଧାରରେ ପୋରୋଲ ଦେବାକୁ ଅନୁମତି ଦେଇଥିଲେ । ତେବେ ବର୍ତ୍ତମାନ ଆଉ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସିଛି । ଏଠାରେ ମଧ୍ୟ ଜଣେ ମହିଳା ଏଭଳି ଆବେଦନ କରିଛନ୍ତିା

ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟର ପାରୋଲ ଆଦେଶ ଉପରେ ଶୁଣାଣି କରିବାକୁ ଅନୁମତି ଦେଇଛନ୍ତି । କିଛି ମାସ ତଳେ ଜଣେ କଏଦୀଙ୍କୁ ତାଙ୍କ ସ୍ତ୍ରୀଙ୍କ ଏଭଳି ଆବେଦନ ନେଇ ପାରୋଲ ଦେଇଥିଲେ । ତାଙ୍କ ସ୍ତ୍ରୀ ମାଆ ହେବାକୁ ଚାହୁଁଥିବାରୁ ସ୍ୱାମୀଙ୍କୁ ପାରୋଲ ଅନୁମତି ମିଳିଥିଲା । ହାଇକୋର୍ଟର ଯୋଧପୁର ବେଞ୍ଚ କଏଦୀଙ୍କୁ ୧୫ ଦିନର ପାରୋଲରେ ଛାଡିଥିଲେ । ସେହି ମହିଳାଙ୍କ ସ୍ୱାମୀ ଜେଲରେ ଆଜୀବନ ସଜା କାଟୁଥିଲେ ।

କୋର୍ଟଙ୍କ ଏଭଳି ଗୋଟିଏ ପାରୋଲ ଅଭିଯୁକ୍ତଙ୍କ ମିଳିବା ପରେ ଅନେକ ମହିଳା ସମାନ ପ୍ରସଙ୍ଗ ଦେଖାଇ ପାରୋଲ ଆବେଦନ କରିଚାଲିଥିଲେ । ହାଇକୋର୍ଟଙ୍କ ପାରୋଲ ଦେବା ରାୟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା ଯେ, କୋର୍ଟଙ୍କ ଏହି ରାୟ ପରେ ଅନେକ କଏଦୀଙ୍କ ପତ୍ନୀ ପାରୋଲ ପାଇଁ ଆବେଦନ କରୁଛନ୍ତି । ସେହିଭଳି ଅପରାଧୀ ବି ପାରୋଲ ପାଇଁ ଆବେଦନ କରୁଛନ୍ତି । ଏହି ଆଧାରରେ ପାରୋଲ ଅନୁମତି ଦେବା ବୈଧ ନୁହେଁ । ଏହା ଉପରେ ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି ହେବ ।