ମାଗଣା ବଣ୍ଟନକୁ ନେଇ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ, ରାଜନୈତିକ ଦଳମାନଙ୍କୁ ନେଇ କହିଲେ ଏଭଳି କଥା

169

କନକ ବ୍ୟୁରୋ : ମାଗଣା ବଣ୍ଟନକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରେବଡି କଲଚର ବୟାନ ପରେ ଏହାକୁ ନେଇ ସାରା ଦେଶର ରାଜନୀତି ସରଗରମ ରହିଛ ିା ଏନେଇ ସୁପ୍ରିମକୋର୍ଟରେ ହୋଇଥିବା ଅବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି, ରାଜନୈତିକ ଦଳମାନେ ଭୋଟରଙ୍କୁ ଦେଉଥିବା ପ୍ରତିଶ୍ରୁତି ଉପରେ ରୋକ ଲଗାଇବା ଉଚିତ ନୁହେଁ । ହେଲେ କୋର୍ଟ କହିଛନ୍ତି କି ସରକାରୀ ଧନ କିଭଳି ବିନିଯୋଗ ହେଉଛି ତା ଉପରେ କେହି ବି ପ୍ରଶ୍ନ ଉଠାଇ ପାରିବେ । ଏହାସହ କୋର୍ଟ ତରଫରୁ ଏହି ମାମଲାର ପରବତ୍ତର୍୍ୀ ଶୁଣାଣି ସୋମବାରକୁ ଘୁଞ୍ଚାଇ ଦେଇଛନ୍ତି । ଏପଟେ ଶନିବାର ସୁଦ୍ଧା ଏ ସଂପର୍କରେ ରାଜନୈତିକ ଦଳମାନେ ସେମାନଙ୍କର ଲିଖିତ ରାୟ ଜମା କରିପାରିବେ ବୋଲି କୋର୍ଟ ତରଫରୁ କୁହାଯାଇଛ ିା କହିରଖୁ କି ନିର୍ବାଚନ ବେଳେ ରାଜନୈତିକ ଦଳମାନେ ଭୋଟରମାନଙ୍କୁ ଦେଉଥିବା ମାଗଣା ପ୍ରତିଶ୍ରୁତି ବନ୍ଦ କରିବାକୁ କୋର୍ଟରେ ଆବେଦନ କରାଯାଇଥିଲା ।

ଆଜି ଏହି ମାମଲାର ଶୁଣାଣି ବେଳେ ମୁଖ୍ୟ ବିଚାରପତି ଏନ ଭି ରମନ୍ନା କହିଥିଲେ କି ‘ଆମ ପାଖରେ ଗୋଟିଏ ପରାମର୍ଶ ରହିଛି କି ନିର୍ବାଚନୀ ବେଳେ ରାଜନୈତିକ ଦଳମାନେ ସେମାନଙ୍କ ଭୋଟରଙ୍କୁ ଦେଉଥିବା ପ୍ରତିଶ୍ରୁତି ରୋକାଯିବା ଉଚିତ ନୁହେଁ’ । ଏହାସହ ଜଷ୍ଟିସ ଏନ ଭି ରମନ୍ନା ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ କି ମାଗଣା ଶିକ୍ଷା, ମାଗଣା ସ୍ୱାସ୍ଥ୍ୟ, ମାଗଣା ବିଜୁଳୀ, ମାଗଣା ପାଣି ଭଳି ଯୋଜନାକୁ ରେବଡି କଲଚର କୁହାଯାଇ ପାରିବ କି ?

କହିରଖୁ କି ରାଜନୈତିକ ଦଳମାନେ ମାଗଣା ଯୋଜନା ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଓକିଲ ଅଶ୍ୱନୀ ଉପାଧ୍ୟାୟ କୋର୍ଟରେ ଆବେଦନ କରିଥିଲେ । ପୂର୍ବ ଶୁଣାଣି ବେଳେ ଉପାଧ୍ୟାୟ ମାଗଣା ଯୋଜନା ପ୍ରଣୟନ କରୁଥିବା ରାଜନୈତିକ ଦଳମାନଙ୍କ ମାନ୍ୟତା ରଦ୍ଦ କରିବାକୁ କୋର୍ଟରେ ଯୁକ୍ତି ବାଢିଥିଲେ ।