ଦୁଷ୍କର୍ମ ମାମଲାରେ ‘ଟୁ ଫିଙ୍ଗର ଟେଷ୍ଟ’ ଉପରେ ରୋକ୍: ସୁପ୍ରିମ କୋର୍ଟ କହିଲେ ଏହି ଟେଷ୍ଟ ପୀଡିତାଙ୍କୁ ଦ୍ୱିତୀୟଥର ନିର୍ଯାତନା ଦେବା ସହ ସମାନ
କନକ ବ୍ୟୁରୋ: ଦୁଷ୍କର୍ମ ଏବଂ ଯୌନ ଉତ୍ପୀଡ଼ନ ବିଷୟରେ ସୁନିଶ୍ଚିତ ହେବାକୁ ଚାଲି ଆସିଥିବା ‘ଟୁ-ଫିଙ୍ଗର୍ ଟେଷ୍ଟ୍’ ବ୍ୟବସ୍ଥାକୁ ସମାଲୋଚନା କରି ଏହାକୁ ବନ୍ଦ କରାଇବା ନିମନ୍ତେ ଆଜି ସୁପ୍ରିମ୍ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ କହିଛନ୍ତି।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ନାରୀମାନଙ୍କର ବିଗତ ଯୌନ ସମ୍ପର୍କ ନିର୍ଦ୍ଧାରଣ କରିବା ନିମନ୍ତେ ଏହି ପରୀକ୍ଷାର ବିଜ୍ଞାନସମ୍ମତ ନୁହେଁ, ବରଂ ଏହା ସେମାନଙ୍କୁ ପୁଣି ମାନସିକ ଆଘାତ ଦେଉଛି। ଯଦି କେହି ପୀଡ଼ିତାଙ୍କ କ୍ଷେତ୍ରରେ ‘ଟୁ-ଫିଙ୍ଗର୍ ଟେଷ୍ଟ୍’ କରନ୍ତି ତେବେ, ସେ ଅସଦାଚରଣ କରିଛନ୍ତି ବୋଲି ଦୋଷୀ ସାବ୍ୟସ୍ତ ହେବେ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।
ସୁପ୍ରିମ୍ କୋର୍ଟ କହିଛନ୍ତି, ତା’ ସହ ଦୁଷ୍କର୍ମ କରାଯାଇଛି ବୋଲି ଜଣେ ନାରୀ କହୁଥିବା ବେଳେ ତାଙ୍କୁ ବିଶ୍ବାସ ନ କରିବା ହେଉଛି ପୁରୁଷମାନଙ୍କ ପୁରୁଷ ନିୟନ୍ତ୍ରିତ ସମାଜ ଓ ନାରୀମାନଙ୍କ ପ୍ରତି ଅସୂୟା ମନୋଭାବର ଅଭିବ୍ୟକ୍ତି।
ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଜଣେ ଦୁଷ୍କର୍ମ ଓ ହତ୍ୟାକାରୀ ଦୋଷୀଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଦୋଷମୁକ୍ତ କରି ଦେଇଥିବା ରାୟକୁ ରଦ୍ଦ କରିବା ବେଳେ ସୁପ୍ରିମ୍ କୋର୍ଟ ଉପରୋକ୍ତ କଥା କହିଛନ୍ତି। ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ପରେ ଏହି ମାମଲାରେ ସୁପ୍ରିମ୍ କୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି।