୬ ମାସ ପାଇଁ ଛୁଟି ନେଲେ ସୁଜାତା କାର୍ତ୍ତିକେୟନ: ଜୁନରୁ ନଭେମ୍ବର ଯାଏଁ ଛୁଟିରେ ରହିବେ ସୁଜାତା

1,395

କନକ ବ୍ୟୁରୋ: ୬ ମାସ ପାଇଁ ଛୁଟି ନେଲେ ସୁଜାତା କାର୍ତ୍ତିକେୟନ । ଜୁନରୁ ନଭେମ୍ବର ଯାଏଁ ଛୁଟିରେ ରହିବେ ସୁଜାତା । ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଅଛନ୍ତି ସୁଜାତା କାର୍ତ୍ତିକେୟନ । ୬ ମାସ ଚାଇଲ୍ଡ କେୟାର ଛୁଟିରେ ରହିଲେ ସୁତାଜା । ଝିଅର ଦଶମ ପରୀକ୍ଷା ପ୍ରସ୍ତୁତ ପାଇଁ ନେଲେ ଛୁଟି । ମିଶନ ଶକ୍ତିରୁ ଅପସାରଣ ପରେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଅଛନ୍ତି ସୁଜାତା । ବିଜେପିର ଅଭିଯୋଗ ପରେ ତାଙ୍କୁ ମିଶନ ଶକ୍ତିରୁ ହଟାଇଦିଆଯାଇଥିଲା ।