ଆଜି ଭାରତମାତାର ବୀର ସୁପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମତିଥି ! ଆସନ୍ତୁ ଜାଣିବା ତାଙ୍କର ୧୦ ଟି ବାଣୀ ଯାହା ସୁପ୍ତସିଂହକୁ ମଧ୍ୟ ଉଠାଇବାର ସାହାସ ରଖୁଥିଲା ।   

646

ଭାରତକୁ ସ୍ୱାଧିନତା ଦେବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜାନୁଆରୀ ୨୩ ୧୮୯୭ ରେ ଓଡିଶାର କଟକ ସହରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଏବଂ ମା’ଙ୍କ ନାଁ ପ୍ରଭାବତୀ ଦେବୀ । ୧୮ ଅଗଷ୍ଟ ୧୯୪୫ ରେ ଏକ ବିମାନ ଦୂର୍ଘଟଣାରେ ତାଙ୍କ ଦେହାନ୍ତ ହୋଇଯାଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ ସମ୍ବନ୍ଧରେ ଅନେକ ବିଭିନ୍ନ ମନ୍ତବ୍ୟ ଦେଇଥାନ୍ତି । ଆଜାଦ୍ ହିନ୍ଦ୍ ଫୌଜର ଗଠନ କରିଥିବା ଭାରତମାତାର ଏହି ବୀର ସୁପୁତ୍ରଙ୍କର ଆଜି ହେଉଛି ଜନ୍ମତିଥି । ତାଙ୍କ ପ୍ରସିଦ୍ଧ ନାରା ମଧ୍ୟରେ ଥିଲା, ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧିନତା ଦେବି ।’ ଜୟ ହିନ୍ଦ୍ ଭଳି ନାରା ବି ସେ ହିଁ ଦେଇଥିଲେ । ତାଙ୍କ ବଚନରେ ଏତେ ଦମ୍ଭ ଥିଲା ଯେ ତାଙ୍କର ଗୋଟିଏ କଥାରେ ଭାରତବାସୀଙ୍କ ଶରୀରର ରକ୍ତ ଗରମ ହୋଇଯାଉଥିଲା । ସମସ୍ତଙ୍କ ମନରୁ ଡରକୁ ବାହାର କରି ନିର୍ଭିକତାର ପାଠ ପଢାଉଥିଲେ ନେତାଜୀ ବୋଷ୍  । ତେବେ ଆଜି ଆସନ୍ତୁ ତାଙ୍କର ଏଭଳି କିଛି ବଚନ ବିଷୟରେ ଜାଣିବା ।

୧ . ଯେଉଁ ବ୍ୟକ୍ତିଠାରେ ପାଗଳାମୀ ନଥାଏ, ସେ କେବେ ମହାନ୍ ହୋଇପାରିବ ନାହିଁ । କିନ୍ତୁ ସବୁ ପାଗଳ ବ୍ୟକ୍ତି ମହାନ୍ ହୋଇପାରିବେ ନାହିଁ , କାରଣ ସମସ୍ତେ ପ୍ରତିଭାଶାଳୀ ନୁହଁନ୍ତି । ପ୍ରତିଭାଶାଳୀ ଏବଂ ପାଗଳାମୀର ଯୁଗଳବନ୍ଦୀ ହିଁ ମଣିଷକୁ ମହାନ୍ ର ରୁପ ଦେଇଥାଏ ।

୨ .  ଯେଉଁ ଲୋକମାନେ ଫୁଲକୁ ଦେଖି ଡିଅଁନ୍ତି ସେମାନଙ୍କୁ କଣ୍ଟା ମଧ୍ୟ ଆଗ ଲାଗିଥାଏ ।

୩ . ଆମକୁ ନିଜ ଶକ୍ତି ଉପରେ ଭରସା ରହିବା ଦରକାର ମାଗିଆଣିଥିବା ଶକ୍ତି ଆମ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ ।

୪ .  ଧ୍ୟାନ ରଖନ୍ତୁ ସବୁଠାରୁ ବଡ ଅପରାଧ ଅନ୍ୟାୟ ସହ୍ୟ କରିବା ଏବଂ ଭୁଲ୍ ସହ ସାଲିସ୍ କରିବା ।

୫ .  ଯଦି ଜୀବନରେ କେବେ ଅସ୍ଥାୟୀ ରୁପରେ ମୁଣ୍ଡ ନୁଆଁଇବାକୁ ପଡେ ତେବେ ବୀର ଭଳି ନୁଇଁବ ।

 

୬ . ସମୟପୂର୍ବର ପରିପକ୍ୱତା ଆଦୌ ଠିକ୍ ହୋଇନଥାଏ । ଏହା କୌଣସି ବୃକ୍ଷ ହେଉ କିମ୍ବା କୌଣସି ବ୍ୟକ୍ତି ଏହାର ହାନି ଭବିଷ୍ୟତରେ ଭୋଗିବାକୁ ପଡିଥାଏ ।

୭ . ଯଦି ଜୀବନରେ ସଂଘର୍ଷ ନାହିଁ , କାହା ପାଇଁ ଭୟ ନାହିଁ ତେବେ ଜୀବନର ଅଧା ସ୍ୱାଦ ହିଁ ଶେଷ ହୋଇଯାଏ ।

୮ . ନେତାଜୀଙ୍କ ଭାଷାରେ ସେ ଜୀବନରେ କେବେ କାହାର ଖୁସାମତୀ କରି ନାହାନ୍ତି । ଅନ୍ୟକୁ ଭଲ ଲାଗିବା ଭଳି କଥା ହେବା ମତେ କେବେ ଆସିନାହିଁ ।

୯ . ସଫଳତାର ରାସ୍ତା ଅବଶ୍ୟ ଲମ୍ବା ହୋଇଥାଏ କିନ୍ତୁ ତାହା ଆସିବା ସୁନିଶ୍ଚିତ । ତେଣୁ ଆମକୁ ନିରନ୍ତର ଆଗକୁ ବଢିବା ଦରକାର ।

୧୦ . ଉଚ୍ଚ ବିଚାରରେ ଦୂର୍ବଳତା ଦୂର ହୋଇଥାଏ । ତେଣୁ ଆମକୁ ନିଜ ହୃଦୟରେ ଉଚ୍ଚବିଚାର ଆଣିବାକୁ ପଡିବ ।