ଖେଳୁଥିବା ବେଳେ ଛାତ୍ରଙ୍କ ଉପରେ ଗଳି ପଡ଼ିଲା ପ୍ରକଳ୍ପ ଫଳକ : ଛାତ୍ର ମୃତ୍ୟୁ ନେଇ ପୋଲସରା ଅଞ୍ଚଳରେ ଅସନ୍ତୋଷ

143

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଫଳକ ପଡ଼ି ଛାତ୍ର ମୃତ । ଅଙ୍ଗନବାଡ଼ି ନିକଟରେ ତିଆରି ହୋଇଥିବା ଏନଆରଜିଏସ ଫଳକ ପଡ଼ି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ଥାନା ଅଧିନସ୍ଥ ପୋଲସରା ନିକଟ ବାଲିଛାଇ ଗାଁରେ ଘଟିଛି ।

ଗାଁର ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ଅଷ୍ଟମ ଶ୍ରେଣୀ ଛାତ୍ର ଭାବଗ୍ରାହୀ ସାହୁ ସାଙ୍ଗସାଥିଙ୍କ ସହ ଖେଳୁଥିବା ବେଳେ ଅଙ୍ଗନବାଡ଼ି ନିକଟରେ ଥିବା ଫଳକ ପଡ଼ି ଛାତଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଅଘଟଣ ପରେ ପରିବାର ଓ ସ୍ଥାନୀୟ ଲୋକେ ହସ୍ପିଟାଲ ନେବା ବାଟରେ ହିଁ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଛାତ୍ରଙ୍କ ମୃ୍ତ୍ୟୁ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟିପଡ଼ୁଛି ପରିବେଶ । ଅନ୍ୟପଟେ ଶ୍ରମମନ୍ତ୍ରୀ ଆସି ପରିବାରକୁ ସମବେଦନା ଜଣାଇଛନ୍ତି ।