ଶିଶୁ ଶ୍ରମିକରୁ ବିଦେଶୀ କମ୍ପାନୀର ଇଞ୍ଜିନିୟର! ଦିନେ ପଢିବା ପାଇଁ ମୂଲ ଲାଗୁଥିଲେ, ଏବେ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଆୟ । ପଢନ୍ତୁ ଦିଲ୍ଲୀପଙ୍କ ସଂର୍ଘଷମୟ ଜୀବନର ପୂରା କାହାଣୀ

160

ଆତ୍ମବିଶ୍ୱାସ ଆଗରେ ହାର ମାନିଲା ଗରିବି । କଠିନ ପରିଶ୍ରମ ଓ ଦୃଢ ଆତ୍ମବିଶ୍ୱାସ ଆଣିଦେଲା ସଫଳତା । ନିପଟ ମଫସଲ ଗାଁରୁ ସିଙ୍ଗାପୁର ଭଳି ବ୍ୟୟବହୁଳ ସହରକୁ ଯାତ୍ରା । ତେବେ ଏହି ଯାତ୍ରା ଏତେ ସହଜ ନଥିଲା ଦିଲ୍ଲୀପଙ୍କ ପାଇଁ । ବିହାରର ୨୩ ବର୍ଷୀୟ ଦିଲ୍ଲୀପ ସାହାଣୀ । କେବେ ରୋଜଗାର ପାଇଁ ମୂଲ ଲାଗୁଥିବା ଦିଲ୍ଲୀପଙ୍କୁ ଆଜି ମିଳୁଛି ଲକ୍ଷ ଲକ୍ଷ ଟଙ୍କାର ପ୍ୟାକେଜ । ଯାହାଙ୍କ କାହାଣୀ ଅନ୍ୟମାନଙ୍କ ପାଇଁ ଏବେ ପ୍ରେରଣା ପାଲଟିଛି ।

free_singapore_tourଶିଶୁ ଶ୍ରମିକରୁ ବିଦେଶୀ କମ୍ପାନୀର ଇଞ୍ଜିନିୟର । ତେବେ ଶିଶୁ ଶ୍ରମିକରୁ ବିଦେଶୀ କମ୍ପାନୀର ଇଞ୍ଜିନିୟର ହେବା ପାଇଁ ଦିଲ୍ଲୀପଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥିଲା । କାରଣ ନା ପଢିବାକୁ ଥିଲା ଟଙ୍କା ନା କାହାର ମିଳିଥିଲା ସହାୟତା । କିନ୍ତୁ ଏତେ ପ୍ରତିକୂଳ ପରିସ୍ଥିିତିର ସାମ୍ନା କରି ମଧ୍ୟ ହାର ମାନିନଥିଲେ ଦିଲ୍ଲୀପ । ଆଉ ଏହି ଦୃଢ ଆତ୍ମବିଶ୍ୱାସ ତାଙ୍କୁ ସଫଳତାର ସିଡି ଚଢିବାରେ ସହାୟକ ହୋଇଥିଲା । ଦୀର୍ଘ ଦୁଇ ଦଶନ୍ଧି ଧରି ଦାରିଦ୍ର୍ୟର ତାଡନାରେ ଜର୍ଜରିତ ହେଉଥିବା ଦିଲ୍ଲୀପଙ୍କ ଅନ୍ଧାରୀ ଭାଗ୍ୟରେ ଏବେ ସୁଯ୍ୟୋଦୟ ହୋଇଛି ।

ନିପଟ ମଫସଲ ଗାଁ ସାଙ୍ଗକୁ ଅତି ଗରିବ ଘରେ ଜନ୍ମ ନେଇଥିଲେ ଦିଲ୍ଲୀପ । ଅତି ଛୋଟବେଳୁ ଅଭାବକୁ ପଛ କରି ପାଠ ପଢାକୁ ଆପଣାଇ ନେଇଥିଲେ ଦିଲ୍ଲୀପ । ଶିକ୍ଷା ଦ୍ୱାରା ହିଁ ତାଙ୍କର ଏହି ସମସ୍ୟା ଦୂର ହେବ ବୋଲି ଦିଲ୍ଲୀପ ଜାଣିଥିଲେ । ଏହାସହ ଘରର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଶିଶୁ ଶ୍ରମିକ ଭାବେ କାମ ମଧ୍ୟ କରିଥିଲେ । ଅର୍ଥାଭାବରୁ କଷ୍ଟେମଷ୍ଟେ ଦଶମ ବୋର୍ଡ ପରୀକ୍ଷା ପ୍ରଥମ ଶ୍ରେଣୀରେ ପାସ କରିବା ସହ ର୍ଗାର ପ୍ରଥମ ଛାତ୍ର ଭାବେ ଏହି ସଫଳତା ହାସଲ କରିଥିଲେ । କିନ୍ତୁ ଇଚ୍ଛା ଥିଲା ଅଧିକ ପାଠ ପଢିବା ପାଇଁ । ଆଉ ଇଞ୍ଜିନିୟରିଂ ପାଠ ପଢିବା ପାଇଁ ଏକ ପ୍ରାଇଭେଟ କଲେଜରେ ନାଁ ଲେଖାଇଥିଲେ । ତେବେ କଲେଜ ଫି ପାଇଁ ତାଙ୍କ ପାଖରେ ଆବଶ୍ୟକୀୟ ଟଙ୍କା ନଥିଲା । ତେଣୁ ଶିକ୍ଷା ଲୋନ ପାଇବା ପାଇଁ ବିଭିନ୍ନ ବ୍ୟାଙ୍କର କବାଟ ବାଡେଇଥିଲେ । କିନ୍ତୁ ଗରିବି ଟ୍ୟାଗ ତାଙ୍କୁ ଏହି ସୁବିଧାରୁ ମଧ୍ୟ ବଞ୍ଚିତ କରିଥିଲା । ଏହି ସମୟରେ କିଛି କ୍ଷଣ ପାଇଁ ଭାଙ୍ଗିପଡିଥିଲେ ଦିଲ୍ଲୀପ ।

ତେବେ ଦିଲ୍ଲୀପର ସ୍ୱପ୍ନକୁ ପୂରଣ କରିବା ପାଇଁ ଆଗକୁ ଆସିଥିଲେ ତାଙ୍କ ବାପା ଓ ସାନଭାଇ । କଲେଜ ଫି ଦେବା ପାଇଁ ସାନଭାଇ ଏକ ଟାଇଲ କମ୍ପାନୀରେ କାମ କରିବା ସହ ନେପାଳ ଯାଇ ଆଇସିକ୍ରୀମ ବିକ୍ରି କରୁଥିଲେ ଦିଲ୍ଲୀପଙ୍କ ବାପା । ଏପରିକି ଦିଲ୍ଲୀପ ମଧ୍ୟ ଛୁଟି ସମୟରେ ଘରକୁ ଆସିଲେ ବିଭିନ୍ନ ଫାର୍ମରେ କାମ କରିବାକୁ ପଛାଉନଥିଲେ । ତେବେ ଏହି କଠିନ ପରିଶ୍ରମର ଫଳ ତାଙ୍କୁ ୨୦୧୬ରେ ମିଳିଥିଲା । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଟପ୍ପର ହୋଇଥିବାରୁ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିଲା ପୁରସ୍କାର । ଆଉ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିବା ପରେ ଗତ କିଛି ମାସ ପୂର୍ବେ ତାଙ୍କୁ ସିଙ୍ଗାପୁରରେ ଏକ କମ୍ପାନିରେ ବାର୍ଷିକ ୮ ଲକ୍ଷ ଟଙ୍କା ଦରମାରେ ଚାକିରି ମିଳିଛି । ଏହି ସଫଳତା ପାଇବା ପରେ ଦିଲ୍ଲୀପ କହିଛନ୍ତି, ଶିଶୁ ଶ୍ରମିକ ଭାବେ କାମ କରୁଥିବା ହଜାର ହଜାର ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ତାଙ୍କ ଜୀବନର ମୂଳଲକ୍ଷ୍ୟ ।