ରାତିରେ ମହିଳାଙ୍କୁ ଗିରଫ କରିପାରିବ ନାହିଁ ପୋଲିସ୍ ! ଜାଣନ୍ତୁ ମହିଳାଙ୍କ ୫ଟି ଅଧିକାର ବିଷୟରେ

76

ଅନେକ ମହିଳା ନିଜର ଆଇନଗତ ଅଧିକାର ସମ୍ମନ୍ଧରେ ଅବଗତ ନଥାନ୍ତି । ଆଉ ଏଥିପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବା ପାଇଁ ପଡ଼େ । ତେବେ ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ହୋଇଥିବା ଆଇନ୍ ବିଷୟରେ ଯାହା ବିଷୟରେ ପ୍ରାୟ ମହିଳା ଅଜ୍ଞ ଥାଆନ୍ତି ।

ରାତିରେ ମହିଳାଙ୍କୁ ପୋଲିସ୍ କରିପାରିବ ନାହିଁ ଗିରଫ – ସୁପ୍ରିମକୋର୍ଟ ଆଦେଶ ଅନୁସାରେ କୌଣସି ମହିଳାଙ୍କୁ ସୂର୍ଯ୍ୟ ଅସ୍ତ ପରେ ଗିରଫ କରାଯାଇ ପାରିବ ନାହିଁ । ପ୍ରାୟତଃ ୬ଟା ପରେ ସୂର୍ଯ୍ୟ ଅସ୍ତ ହୋଇ ଯାଆନ୍ତି । ଅନେକ ମହିଳା ନିଜର ଏହି ଅଧିକାର ବିଷୟରେ ଅଜ୍ଞ ଥାଆନ୍ତି । ମହିଳା ପୋଲିସ୍ ମଧ୍ୟ ମହିଳାଙ୍କୁ ରାତିରେ ଗିରଫ କରିପାରିବେ ନାହିଁ । ସଙ୍ଗୀନ ପରିସ୍ଥିତି ହୋଇଥିଲେ ଲିଖିତ ଆକାରରେ ମାଜଷ୍ଟ୍ରେଟଙ୍କ ଠାରୁ ଅନୁମତି ଆଣି ଗିରଫ କରାଯାଇପାରିବ ।

ଗୋପନୀୟତା ଅଧିକାର – ଦୁଷ୍କର୍ମ ପୀଡିତା ନିଜର ବୟାନ ଗୋପନ ସ୍ଥାନରେ ଦେବାର ଅଧିକାର ରହିଛି । ତେବେ ଏହି ସମୟରେ କେବଳ ମାଜିଷ୍ଟ୍ରେଟ୍ ହିଁ ମହିଳାଙ୍କ ସହିତ ରହି ପାରିବେ । ପୀଡିତା ମହିଳା ଜଣକ କେବଳ ମହିଳା କନେଷ୍ଟବଳ ଓ ପୋଲିସ୍ ଅଧିକାରୀଙ୍କୁ ଗୋପନୀୟ ଭାବେ ନିଜର ବୟାନ ଦେଇପାରିବେ । ଏହିପରି ଘଟଣାରେ ପୋଲିସ୍ ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ବୟାନ ଦେବା ପାଇଁ ବାଧ୍ୟ କରିପାରିବ ନାହିଁ ।

ଅନେକ ସମୟ ବ୍ୟବଧାନରେ ଅଭିଯୋଗ କରିପାରିବେ ମହିଳା – ସମାଜ, ପରିବାର ଓ ଅନ୍ୟ କୌଣସି କାରଣ ବଶତଃ ପୀଡିତା ଯଦି ଘଟଣାଦିନ ଅଭିଯୋଗ କରିପାରି ନାହାନ୍ତି, ତେବେ ପରେ ମହିଳା ଅଭିଯୋଗ କରିପାରିବେ । ଆଉଚ ପୋଲିସ୍ କମ୍ଲେନ ରେଜିଷ୍ଟର କରିବା ପାଇଁ ମନା କରିପାରିବେ ନାହିଁ । ମହିଳା ଇମେଲ ଜରିଆରେ ମଧ୍ୟ ଅଭିଯୋଗ କରିପାରିବେ ।

ପଚରା ଉଚରା ପାଇଁ ଡାକି ପାରିବେ ନାହିଁ ପୋଲିସ୍ – କୌଣସି ମହିଳାଙ୍କୁ ପଚରାଉଚୁରା ପାଇଁ ପୋଲିସ୍ ଷ୍ଟେସନ୍ ଡକାଯାଇ ପାରିବ ନାହିଁ । ପୋଲିସ୍ ମହିଳାଙ୍କୁ ତାଙ୍କ ଘରେ କେହି ମହିଳା କନେଷ୍ଟବଳଙ୍କ ଉପସ୍ଥିତିରେ ପଚରାଉଚୁରା କରିପାରିବେ ।

ଜିରୋ ଏଫଆଇଆର ଅଧିକାର – ଦୁଷ୍କର୍ମ ପୀଡିତାଙ୍କୁ ଜିରୋ ଏଫଆଇଆରର ଅଧିକାର ରହିଛି । ଏପରି କେସରେ ମହିଳା କୌଣସି ବି ପୋଲିସ ଷ୍ଟେସନରେ ଅଭିଯୋଗ ରେଜିଷ୍ଟର କରିପାରିବେ ।