ରେଳ ଧାରଣାରେ ପଥର, ଟ୍ରେନ ଚଳାଚଳ ବନ୍ଦ । କୋରାପୁଟ ମାନବର ଓ ଜରତି ଷ୍ଟେସନ ମଝିରେ ଅଟକି ରହିଛି ସମଲେଶ୍ୱରୀ ଏକ୍ସପ୍ରେସ

165

କନକ ବ୍ୟୁରୋ: ରେଳ ଧାରଣାରେ ପଡ଼ିଛି ପଥର ଓ ମାଡ଼ି ଅତଡା । ଅଟକି ରହିଛି ଟ୍ରେନ୍ । କୋରାପୁଟର ମାନବର ଓ ଜରତି ଷ୍ଟେସନ୍ ମଝିରେ ଅଟକି ରହିଛି ସମଲେଶ୍ୱରୀ ଏକ୍ସପ୍ରେସ୍ । ରାଉରକେଲା ଜଗଦଲପୁର ଏବଂ ବିଶାଖାପାଟଣା କର୍ଣ୍ଣୁଲ ଏକ୍ସପ୍ରେସ୍ ମଧ୍ୟ ଅଟକି ରହିଛି । ପଥର ଓ ମାଟି ଅତଡା ପଡ଼ି ଥିବାରୁ କୋରାପୁଟରୁ ଜଗଦଲପୁରକୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଟ୍ରେନ୍ ଟ୍ରାକ୍ରୁ ମାଡି ଅତଡା ଓ ପଥର କାଢିବା ପାଇଁ ଉଦ୍ୟମ ଜାରି ରହିଛି । ରେଳ ଦୋହରୀକରଣ କାମ ଚାଲିଥିବାରୁ ପଥର ଖସିଥିବା ଜଣାପଡ଼ିଛି ।