ଏସୀୟ କ୍ରୀଡାରେ ଭାରତର ଦମଦାର ପ୍ରଦର୍ଶନ: ଫାଇନାଲରେ ଭାରତ ମହିଳା କ୍ରିକେଟ ଟିମ୍ । ପ୍ରଥମ ଦିନରେ ହାତେଇଲା ୨ ପଦକ ।

332

କନକ ବ୍ୟୁରୋ: ଏସୀୟ କ୍ରୀଡାରେ ଆଉ ଏକ ପଦକ ପକ୍କା କଲା ଭାରତ । ଫାଇନାଲରେ ପ୍ରବେଶ କଲା ଭାରତ ମହିଳା ଦଳ । ଆଜି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଭାରତ ବାଂଲାଦେଶକୁ ୮ ୱିକେଟ୍ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶରେ ଭାରତକୁ ୫୨ ରନ୍ର ଟାର୍ଗେଟ୍ ଦେଇଥିଲା । ଜବାବରେ ଭାରତ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଫାଇନାଲରେ ପହଂଚିବା ସହ ଭାରତୀୟ ମହିଳା କ୍ର୍ରିକେଟ ଟିମ୍ ଅତିକମ୍ରେ ରୌପ୍ୟ ପଦକ ପକ୍କା କରିଛି । ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମୁକାବିଲା ହେବ । ବିଜୟ ଦଳ ସହ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ ।

ଅନ୍ୟପଟେ ଏସୀଆନ୍ ଗେମ୍ସ୍ରେ ଭାରତର ଦମଦାର ଆରମ୍ଭ । ପ୍ରଥମ ଦିନରେ ଆରମ୍ଭରୁ ହାତେଇଲା ୨ଟି ପଦକ । ସିଲଭର ମେଡାଲରୁ ଭାରତ ଆରମ୍ଭ କରିଛି ପଦକ ଯାତ୍ରା । ଏୟାର ରାଇଫଲ ଓ ରୋଇଂରେ ଭାରତକୁ ସିଲଭର ମେଡାଲ ମିଳିଛି । ରୋଇଂରେ ଅର୍ଜୁନ ଲାଲ ଓ ଅରବିନ୍ଦ ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ମହିଳା ୧୦୦ ମିଟର ଏୟାର ରାଇଫଲରେ ମଧ୍ୟ ରୌପ୍ୟ ପଦକ ହାତେଇଛି ଭାରତ । ମେହୁଲି ଘୋଷ, ରମିତା ଓ ଆଶି ଚୌକସି ଏହି ପଦକ ହାତେଇଛନ୍ତି ।