ରକ୍ତ ଭଳି ରୋଗୀଙ୍କୁ ମିଳିବ ହାଡ : କଟକ ଏସସିବିରେ ଖୋଲିବ ରାଜ୍ୟର ପ୍ରଥମ ବୋନ ବ୍ୟାଙ୍କ୍

177

କନକ ବୁରୋ : ରକ୍ତ ଭଳି ମିଳିବ ହାଡ । କଟକ ଏସସିବିରେ ଖୋଲିବ ରାଜ୍ୟର ପ୍ରଥମ ବୋନ ବ୍ୟାଙ୍କ୍ । ଏଥିପାଇଁ ଅର୍ଥୋପେଡିକ୍ ତଥା ଅସ୍ଥିଶଲ୍ୟ ବିଭାଗରେ ସମସ୍ତ ପ୍ରସ୍ତୁତି ସରିଛି । ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବା ବେଳେ ମେସିନ୍ ପାଇଁ ଟେଣ୍ଡର ଡକାଯାଇଛି । ଏବେ ଦୁର୍ଘଟଣା ଅବା ଅନ୍ୟ କୌଣସି କାରଣ ପାଇଁ ହାଡ ନଷ୍ଟ ହେଉଛି । ଅସ୍ତ୍ରୋପ୍ରଚାର ସମୟରେ ହାଡକୁ ଫିଙ୍ଗି ଦିଆଯାଉଛି ।

କିନ୍ତୁ ବୋନ ବ୍ୟାଙ୍କ ସ୍ଥାପନ ହେଲେ ହାଡ ନଷ୍ଟ ହେବନି । ଏହାରୁ ସଂରକ୍ଷିତ କରି ରଖାଯାଇପାରିବ । ଯାହାକି ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ । ବୋନ ବ୍ୟାଙ୍କ ପ୍ରତିଷ୍ଠା କରିବା ସହ ହାଡ ପ୍ରତିରୋପଣ ପାଇଁ ଏସବିପି କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି । ଏବେ ଓଡ଼ିଶାରେ କୌଣସି ମେଡିକାଲରେ ବୋନ ବ୍ୟାଙ୍କ ସୁବିଧା ନାହିଁ । ଏସସିବିରେ ବୋନ ବ୍ୟାଙ୍କ ହେଲେ ହାଡକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସୁରକ୍ଷିତ ରଖାଯାଇପାରିବ ।