ଗରମ ଭାତ ଠାରୁ ବାସି ଭାତ ଖାଇବା ଅଧିକ ଉପକାରୀ ! ଜାଣନ୍ତୁ କଣ ସବୁ ରହିଛି ଫାଇଦା
ସୁସ୍ଥ ଶରୀର ପାଇଁ ପ୍ରତିଦିନ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । ପ୍ରାୟ ଅଧିକାଂଶ ଲୋକ ଭାତକୁ ଏକ ମୁଖ୍ୟ ଖାଦ୍ୟ ରୂପେ ଖାଇଥାନ୍ତି । ଏପରକିି ଅନେକ ସମୟରେ ବଳକା ଭାତକୁ ଲୋକେ ଫୋପାଡି ଦେଇଥାନ୍ତି । କାରଣ ବାସି ଭାତ ଖାଇବା ଶରୀର ପାଇଁ କ୍ଷତିକାରକ ବୋଲି ଅନେକ ଲୋକ ଭାବିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ? ଏହି ବାସି ଭାତ ଖାଇବା ଦ୍ୱାରା ଆମ ଶରୀରର କୌଣସି ପ୍ରକାର କ୍ଷତି ହୋଇନଥାଏ । ବରଂ ଏହା ଆମ ଶରୀରରେ ଥିବା କେତେକ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ବାସି ଭାତ ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
ଆସାମ ଏଗ୍ରିକଲ୍ଚର ୟୁନିଭର୍ସିଟିର ଏକ ଅନୁସନ୍ଧାନ ରିପୋର୍ଟରୁ ଜଣାପଡିଛି ଯେ ବାସି ଭାତରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ । ଯଦି ଆପଣ ୧୦୦ ଗ୍ରାମର ଗରମ ଭାତ ଖାଉଛନ୍ତି । ତାହା ହେଲେ ସେଥିରୁ ୩.୪ ମିଲିଗ୍ରାମ ଆଇରନ ମିଳିଥାଏ । କିନ୍ତୁ ଏହି ଭାତକୁ ଯଦି ଗୋଟିଏ ରାତି ରଖି (ପାଖାପାଖି ୧୨ ଘଣ୍ଟା )ପରଦିନ ସକାଳେ ପ୍ରାତଃଭୋଜନରେ ଖାଇବେ ତେବେ ଏଥିରେ ଆଇରନର ଭାଗ ବଢି ୭୩.୯୧ ପ୍ରତିଶତରେ ପହଞ୍ଚିଥାଏ । କେବଳ ଆଇରନ ଭାଗ ନୁହେଁ ବାସୁ ଭାତରେ ସୋଡିୟମ, ପୋଟାସିୟମ, କ୍ୟାଲସିୟମର ପଣିମାଣ ମଧ୍ୟ ବୃଦ୍ଧିପାଇଥାଏ ।
ବାସି ଭାତରେ ଅଧିକା ମାତ୍ରାରେ ଫାଇବର ରହିଥାଏ । ଯାହା କୋଷ୍ଟାକାଠିନ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । ଏହାଛଡା ପେଟ ଗରମ ହୋଇ ଯେଉଁ ସବୁ ସମସ୍ୟା ଦେଖାଯାଇଥାଏ ତାହା ବାସି ଭାତ ଖାଇବା ଦ୍ୱାରା ଦୂର ହୋଇଥାଏ ।
ଯଦି ଆପଣଙ୍କୁ ଆଲର୍ଜି ଭଳି କୋଣସି ସମସ୍ୟା ଦେଖାଯାଉଛି । ତାହା ହେଲେ ସପ୍ତାହରେ ତିନିଥର ବାସି ଭାତ ସେବନ କରନ୍ତୁ । ଏଭଳି କରିବା ଦ୍ୱାରା ଆଲର୍ଜି ସମସ୍ୟାରୁ ମୁକ୍ତି ପାଇ ପାରିବେ । ବାସି ଭାତ ଖାଇବାଦ୍ୱାରା ଘା’ ମଧ୍ୟ ଶୀଘ୍ର ଶୁଖିଥାଏ ।
ଯଦି ଆପଣ ଚା ବା କଫି ପିଇବା ଦ୍ୱାରା ଚିନ୍ତିତ ରହୁଛନ୍ତି । ତା’ହେଲେ ଆପଣ ପ୍ରତିଦିନ ସକାଳୁ ଉଠି ବାସି ଭାତ ସେବନ କରନ୍ତୁ । ଯାହା ଫଳରେ ଆପଣ ଏହି ଅଭ୍ୟାସରୁ ମୁକ୍ତି ପାଇ ପାରିବେ । ଆପଣ ଫ୍ରେସ ଅନୁଭବ କରିବେ ।