ସବୁଠାରୁ ବଡ଼ ସତ୍ୟ ! କାହିଁକି ଭାରତରେ ଅଧିକ ପରିମାଣରେ ବିକ୍ରି ହୋଇଥାଏ ସାମସଙ୍ଗ୍ ମୋବାଇଲ୍

100

ଭାରତର ଅନେକ ଲୋକ ସାମସଙ୍ଗ୍ କଂପାନୀର ମୋବାଇଲ୍ ଅଧିକ ମାତ୍ରାରେ ବ୍ୟବହାର କରିଥାନ୍ତି । ତେବେ ଏଭଳି କାହିଁକି । ଯାହାର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ । ଆସନ୍ତୁ ଜାଣିବା ।

କିଛି ବର୍ଷ ପର୍ବରୁ ନୋକିଆ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ଅଧିକ ଥିଲା । ଏଥିସହିତ ଦ୍ୱିତୀୟ ସ୍ଥାନରେ ଥିଲା ସାମସଙ୍ଗ୍ କଂପାନୀ । ତେବେ ଏହା ସେତେବେଳ ଯାଏଁ ଚାଲିଥିଲା ଯେତେବେଳେ ବଜାରକୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଆସିବା ଆରମ୍ଭ ହୋଇନଥିଲା । ଆଉ ଏହି ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ମାଇକ୍ରୋସଫ୍ଟ ନୋକିଆକୁ କିଣି ନେଲା ଏବଂ ନୋକିଆ ମୋବାଇଲ୍ ‘ୱିଣ୍ଡୋଜ୍ ଅପରେଟିଂ ସିଷ୍ଟମ’ ଉପରେ କାମ କରିବାକୁ ଲାଗିଲା । ଯେଉଁଥି ପାଇଁ କି ସାମସଙ୍ଗର ଚାହିଦା ବୃଦ୍ଧି ପାଇଥିଲା । ଲୋକେ ୱିଣ୍ଡୋଜକୁ ଭୁଲି ଆଣ୍ଡ୍ରଏଡକୁ ଗ୍ରହଣ କରିବାକୁ ଲାଗିଲେ । ଫଳସ୍ୱରୂପ ସାମସଙ୍ଗ୍ କଂପାନୀ ପାଲଟିଗଲା ଭାରତର ଏକ ନମ୍ବର କଂପାନୀ ।

ଆଜିକା ଦିନରେ ସାମସଙ୍ଗକୁ ଟକ୍କର ଦେବାକୁ ମୋଟୋରୋଲା, ଶାଓମି, କାର୍ବୋନ, ମାଇକ୍ରୋମାକ୍ସ, ଇଂଟେକ୍ସ, ଓପ୍ପୋ ଏବଂ ଭିଭୋ ଭଳି କଂପାନୀ ଆଗେଇ ଆସିଛନ୍ତି । କିନ୍ତୁ ଏହାସବୁ ସତ୍ୱେ, ମଧ୍ୟ ସାମସଙ୍ଗ୍ ମୋବାଇଲକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି । ଯାହାର ମୁଖ୍ୟ କାରଣ ହେଉଛି କଂପାନୀ ଉପରେ ଥିବା ଲୋକଙ୍କ ଭରସା । ଲୋକଙ୍କ ମତରେ ସାମସଙ୍ଗର ଅର୍ଥ ହେଲା ‘ଭଲ କ୍ୱାଲିଟି’ । ଯେଉଁଥିପାଇଁ ସାମସଙ୍ଗ ମୋବାଇଲକୁ ଲୋକେ ଆଖି ବନ୍ଦ କରି ନେଇ ଯାଆନ୍ତି ।

ତେବେ ସାମସଙ୍ଗର ଅନେକ ମୋବାଇଲ ଏତେ ବେକାର ହୋଇଥାଏ କି ଯାହାକୁ ଆପଣ କେବେ କଳ୍ପନା ମଧ୍ୟ କରିପାରିବେନି । ଏହାର ବଡ଼ ଉଦାହରଣ ହେଲା, ‘ସାମସଙ୍ଗ ଜେଟୁ’ । ଏହି ମୋବାଇଲର ସବୁଠାରୁ ବଡ଼ ସମସ୍ୟା ହେଲା ଏହା ଖୁବ୍ ଶୀଘ୍ର ହ୍ୟାଙ୍ଗ୍ ହୋଇଯିବା ସହିତ ଗରମ ମଧ୍ୟ ହୋଇଯାଇଥାଏ । ତେବେ ଆପଣ ମୋବାଇଲ୍ କୌଣସି ବି କଂପାନୀର କିଣନ୍ତୁ କିନ୍ତୁ ସେଥିରେ ଏହି ୪ଟି କଥା ନିହାତି ପରଖି ନିଅନ୍ତୁ ।

• ମୋବାଇଲ ଟୁଜିବିରୁ ଅଧିକ ର୍ୟାମ୍ ହୋଇଥିବା ଆବଶ୍ୟକ ।
• ଓକଟା କୋର୍ ପ୍ରୋସେସର ହୋଇଥିବା ଆବଶ୍ୟକ ।
• ବ୍ୟାଟେରୀର ଫାଷ୍ଟ ଚାର୍ଜିଂ ମୋଡ ହୋଇଥିବା ଦରକାର ।
• ଏବଂ କ୍ୟାମେରା ୧୩ ମେଗାପିକ୍ସଲଠାରୁ ଅଧିକ ହୋଇଥିବା ଆବଶ୍ୟକ ।

ଏହାସହ ମଧ୍ୟ ପଢନ୍ତୁ-କାହିଁକି ଶ୍ମଶାନ ଘାଟକୁ ମହିଳାଙ୍କ ଯିବା ନିଷେଧ ? ଜାଣନ୍ତୁ ଏହାର ୪ଟି ବଡ଼ କାରଣ