କଟକ ନୂଆପଡା ଅଂଚଳରେ ଅଭାବନୀୟ ଘଟଣା । ପ୍ରେମ ବ୍ୟାପାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡଗୋଳ

27

କନକ ବ୍ୟୁରୋ : କଟକ ନୂଆପଡା ଅଂଚଳର ଘଟିଛି ଅଭାବନୀୟ ଘଟଣା । ପ୍ରେମ ବ୍ୟାପାରକୁ ନେଇ ଥାନାରେ ବୁଝାମଣା କରିବାକୁ ଦୁଇପକ୍ଷ ଆଜି ମଧୁପାଟଣା ଥାନାକୁ ଯାଇଥିବାବେଳେ ହାତାହାତି ହୋଇଛନ୍ତି । ହକ ଦାବିରେ ଦୁଇଦିନ ହେଲା ପ୍ରେମିକା ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିଲେ । ଅଭିଯୋଗ ପରେ ଉଭୟ ପକ୍ଷକୁ ବୁଝାମଣା ପାଇଁ ଥାନା ପକ୍ଷରୁ ଡକାଯାଇଥିଲା । ତେବେ ପୋଲିସ ଉପସ୍ଥିତିରେ ଥାନାରେ ଉଭୟ ପକ୍ଷ ମଧ୍ୟରେ ସୃଷ୍ଟି ହୋଇଥିଲା ମାରପିଟ ଭଳି ପରିସ୍ଥିତି ।