ବ୍ୟାଙ୍କ ଖାତାରେ କ୍ୟାସ ଜମା କରିବା ଉପରେ ଦେବାକୁ ପଡିଥାଏ ଟାକ୍ସ, ଜାଣନ୍ତୁ କଣ ରହିଛି ନିୟମ

39

ଇନକମ ଟାକ୍ସ ରିଟର୍ଣ୍ଣ ଫାଇଲ କରିବା ସମୟରେ ଯଦି କୌଣସି ବ୍ୟକ୍ତି ନିଜର ବ୍ୟାଙ୍କ ଖାତାରେ ଜମା ରଖିଥିବା ଟଙ୍କାର ହିସାବ ବା ତଥ୍ୟ ନ ଦିଅନ୍ତି ତେବେ ଉକ୍ତ ବ୍ୟକ୍ତି ବିଶେଷଙ୍କୁ ବଡ ରକମର ଜରିମାନା ଦେବାକୁ ପଡିବ । ତେଣୁ ଆକାଉଂଟରେ ଡିପୋଜିଟ କ୍ୟାସର ସଂପୂର୍ଣ୍ଣ ତଥ୍ୟ ରିଟର୍ଣ୍ଣ ଫାଇଲ କରିବା ସମୟରେ ଦେବା ଆବଶ୍ୟକ । ଯଦି କରଦାତା ଏଭଳି ନ କରନ୍ତି ତେବେ ତାଙ୍କୁ ୮୫ ପ୍ରତିଶତ ଟାକ୍ସ ଏବଂ ଜରିମାନା ଦେବାକୁ ପଡିବ । ତେବେ ଏହି ପ୍ରରିପେକ୍ଷୀରେ ଆପଣଙ୍କୁ କେଉଁ କେଉଁ ଦିଗ ପ୍ରତି ଅଧିକ ଯତ୍ନବାନ ହେବାକୁ ପଡିବ ତଥା ଟଙ୍କା ଜମା ରଖିବା ଉପରେ କେତେ ଟାକ୍ସ ଦେବାକୁ ପଡିଥାଏ ଏବଂ କି କି ନିୟମମାନ ରହିଛି ସେସଂପର୍କରେ ଆମେ ନିମ୍ନରେ ଆଲୋଚନା କରିଛୁ ।

ସତର୍କତା

ଆକାଉଂଟରେକ୍ୟାସ ଡିପୋଜିଟ୍ କରିବା ସମୟରେ ଆପଣଙ୍କୁ ସାବଧାନୀ ପରଖିବାକୁ ପଡିବ ଯାହାଦ୍ୱାରା ଟାକ୍ସର ଭାର ଆପଣଙ୍କ ଉପରେ ଆଉ ଭାରି ପଡିନପାରେ । କାହିଁକି ନା, ଇନକମ ଟାକ୍ସ ରିଟଣ୍ଣ ଫାଇଲ କରିବା ସମୟରେ ଧାରା ୧୧୫ବିବିଇର ଅନୁସାରେ କରଦାତାଙ୍କ ଆୟ-ବ୍ୟୟର ଉତ୍ସ ସଂପର୍କରେ ଦର୍ଶାଇବା ଜରୁରୀ ଅଟେ । ଯଦି ଏଭଳି ନକରନ୍ତି ତେବେ ତାଙ୍କୁ ଏହାର ଦ୍ୱିଗୁଣା ଟାକ୍ସ ଦେବାକୁ ପଡିଥାଏ ।

ଜରିମାନା

ଅତି ସହ ବାକ୍ୟରେ କହିବାକୁ ଗଲେ ଯଦି କୌଣସି କରଦାତା ବ୍ୟାଙ୍କରେ ଡିପୋଜିଟ୍ ରକମର ତଥ୍ୟ ସଂପର୍କିତ ଖବର ଦେଇନପାରନ୍ତି ତେବେ ତାଙ୍କ ଉପରେ ୬୦ ପ୍ରତିଶତ ଟାକ୍ସ, ୧୫ ପ୍ରତିଶତ ସରଚାର୍ଜ ଏବଂ ୩ ପ୍ରତିଶତ ସରଚାର୍ଜ ଦେବାକୁ ପଡିବ । ଏହାବ୍ୟତୀତ ଧାରା ୨୭୦ ଏଏ ଅନୁସାରେ ୧୦ ପ୍ରତିଶତ ଜରିମାନା ମଧ୍ୟ ଲାଗିପାରେ । ମୋଟାମୋଟି ଭାବେ କହିବାକୁ ଗଲେ, କରଦାତାଙ୍କୁ ୮୫ ପ୍ରତିଶତ ଟାକ୍ସ ଏବଂ ଜରିମାନା ଦେବାକୁ ପଡିବ ।

ନିୟମ

ଆର୍ଥିକ ବର୍ଷ ୨୦୧୭-୧୮ର ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୩ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କାର ନେଣଦେଣ ଉପରେ ରୋକ ଲଗାଇବାର ପ୍ରସ୍ତାବ ଦେଇଥିଲେ । ଯାହାକୁ ଅର୍ଥ ବିଧେୟକର ସଂଶୋଧନ ଆଧାରରେ କମାଇ ଦୁଇ ଲକ୍ଷ ଟଙ୍କା କରିଦିଆଯାଇଥିଲା । ଟାକ୍ସ ଡିପାର୍ଟମେଂଟ ସୂଚନା ମୁତାବକ, ଏହି ଅଙ୍କୁଶ ସରକାରଙ୍କ କୌଣସି ବ୍ୟାଙ୍କିଂ କଂପାନୀ, ଡାକଘର ସଂଚୟ ବ୍ୟାଙ୍କ କିମ୍ବା ସରକାରୀ ବ୍ୟାଙ୍କ ଉପରେ ଲାଗୁ ହୋଇ ନାହିଁ ।