ବଡ଼ ଖବର ! ୩ ବର୍ଷ ପୂର୍ବରୁ ବି ଫେରସ୍ତ କରିପାରିବେ ଜିଓ ଫୋନ୍

75

ଟେଲିକମ୍ ଜଗତରେ ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓର ବହୁପ୍ରତିକ୍ଷିତ ୪ଜି ଫିଚର ଫୋନକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଉତ୍କଣ୍ଠା ଦିନକୁ ଦିନ ବଢିବାରେ ଲାଗିଛି । ଏହି ଅବସରରେ ୧୫ ଅଗଷ୍ଟରୁ ମଧ୍ୟ କଂପାନୀ ପକ୍ଷରୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ତଥା ବିଟା ଟେଷ୍ଟିଂ ଆରମ୍ଭ ମଧ୍ୟ ହୋଇଯାଇଛି । ଇତି ମଧ୍ୟରେ ଖବର ଆସିଛି କି, କଂପାନୀ ଜିଓ ଫୋନକୁ ୩ ବର୍ଷ ପୂର୍ବରୁ ଫେରସ୍ତ କରିବା ସହ ସିକ୍ୟୁରିଟି ଆଧାରରେ ଦେଇଥିବା ଟଙ୍କା ଫେରସ୍ତ କରିବା ଭଳି ବିକଳ୍ପ ୟୁଜର୍ସଙ୍କୁ ଦେଇପାରେ ।

ଏଠାରେ ଆମେ କହିରଖୁଛୁ କି, ଜିଓ ଫିଚର୍ ଫୋନର ଲଂଚିଂ ଅବସରରେ କଂପାନୀ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଜିଓ ଫୋନକୁ ୧,୫୦୦ଟଙ୍କାର ସିକ୍ୟୁରିଟି ସହିତ କିଣା ଯାଇପାରିବ ଏବଂ ୩ବର୍ଷ ପରେ ଫୋନକୁ ଫେରସ୍ତ କରିବା ସହ ଗ୍ରାହକ ଦେଇଥିବା ୧,୫୦୦ ଟଙ୍କାକୁ ମଧ୍ୟ ଫେରି ପାଇବେ ।

ଅର୍ଡର୍ ପାଇଁ କେମିତି କରିବେ ପଞ୍ଜୀକରଣ :

ଅନଲାଇନ୍ ଅର୍ଡର୍ ପାଇଁ କମ୍ପାନୀର ୱେବସାଇଟ୍ ଡବ୍ଲୁ ଡବ୍ଲୁ ଡବ୍ଲୁ.ଜିଓ.କମ୍ ରେ ପ୍ରିବୁକିଂ କରିପାରିବେ । ଏଥିରେ ଆପଣଙ୍କୁ କିଛି ତଥ୍ୟ ଦେବାକୁ ପଡିବ । ଯେମିତିକି ଆପଣଙ୍କ ନାଁ, ମୋବାଇଲ୍ ନମ୍ବର, ଇମେଲ୍ ଏବଂ ପିନ୍ କୋର୍ଡ । ଏହାପରେ ଆପଣଙ୍କ ନିକଟକୁ ଏକ କନଫରମେସନ୍ ମେସେଜ୍ ବା ମେଲ୍ ଆସିବ । ତେବେ ଏହି ପ୍ରିବୁକିଂ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କରିପାରିବେ । ଅଫଲାଇନ୍ ପାଇଁ ନିକଟସ୍ଥ ରିଲାଏନ୍ସ ରିଟେଲରଙ୍କ ପାଖକୁ ଯିବାକୁ ପଡିବ ।

ଡକ୍ୟୁମେଂଟ୍ :

ଏହି ଫୋନ୍ ପାଇବାକୁ ହେଲେ ଦରକାର ଆଧାରକାର୍ଡ । ଯଦି ଆପଣ ଗୋଟିଏରୁ ଅଧିକ ଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ମିଳିବା ଅସମ୍ଭବ । କାରଣ ଗୋଟିଏ ଆଧାର କାର୍ଡରେ ଗୋଟିଏ ଫୋନ୍ ହିଁ ମିଳିପାରିବ । ଆଧାର୍ କାର୍ଡ ଷ୍ଟୋରରେ ଦେବା ପରେ ଆପଣଙ୍କ ସବୁ ତଥ୍ୟ ସଫ୍ଟୱେରରେ ଲୋଡ୍ ହୋଇଯିବ ।

ମୂଲ୍ୟ :

ଯେତେବେଳେ ମୁକେଶ୍ ଅମ୍ବାନୀ ୨୧ ଜୁଲାଇରେ ଏହି ଫୋନକୁ ନେଇ ଘୋଷଣା କରିଥିଲେ ସେତେବେଳେ ଏହା ଏକ ପ୍ରକାର ମାଗଣା ବୋଲି କହିଥିଲେ । କାରଣ ଏହି ଫୋନ୍ କିଣିବା ବେଳେ ଆପଣଙ୍କୁ ମାତ୍ର ୧୫୦୦ଟଙ୍କା ଜମା କରିବାକୁ ପଡିବ । କିନ୍ତୁ ୩ବର୍ଷ ପରେ ଏହି ଟଙ୍କା ଆପଣ ଫେରିପାଇବେ । ଏହାର ଅର୍ଥ ଏହି ଫୋନଟି ଆପଣ ମାଗଣା ପାଇପାରିବେ ।

ଡେଲିଭରୀ ତାରିଖ :

ଯେଉଁମାନେ ଏବେ ଅନଲାଇନ୍ ଅର୍ଡର୍ କରିଛନ୍ତି ସେମାନେ ସେପ୍ଟେମ୍ବର ୧ ରୁ ୪ ତାରିଖ ଭିତରେ ଏହି ଫୋନକୁ ପାଇପାରିବେ । ତେବେ ବିଳମ୍ବରେ ଯେଉଁମାନେ ଅର୍ଡର କରିଛନ୍ତି ସେମାନଙ୍କୁ ବିଳମ୍ବରେ ମିଳିପାରେ ଫୋନ୍ । କାରଣ ଧୀରେ ଧୀରେ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଯଦି ଶୀଘ୍ର ପାଇବାକୁ ଚାହାଁନ୍ତି ତେବେ ଶୀଘ୍ର ଅର୍ଡର୍ କରନ୍ତୁ ।

କେତେ ଦିନ ମଧ୍ୟରେ ଫେରସ୍ତ କରି ପାରିବେ ଜିଓ ଫୋନ୍

ଇକୋନୋମିକ୍ସ ଟାଇମ୍ସରେ ପ୍ରକାଶିତ ଖବର ମୁତାବକ, ରିଲାଏନ୍ସ ଜିଓ ଖୁବ୍ ଶୀଘ୍ର ହିଁ ନୂଆ ରିଫଣ୍ଡ ପଲିସିର ଘୋଷଣା କରିପାରେ । ଯଦିଓ ଏନେଇ କଂପାନୀ ତରଫରୁ ଏଯାବତ୍ କୌଣସି ସୂଚନା ମିଳପାରି ନାହିଁ ମାତ୍ର ଖବର ମୁତାବକ, କଂପାନୀ ୬ ମାସ କିମ୍ବା ବର୍ଷେ ଭିତରେ ଫୋନକୁ ଫେରସ୍ତ ନେବା ସହ ଏହାର ସିକ୍ୟୁରିଟି ଆଧାରରେ ଦିଆଯାଇଥିବା ଟଙ୍କା (ସିକ୍ୟୁରିଟି ମନି) ରିଫଣ୍ଡ କରିବାର ଅଫସନ ଦେଇ ପାରନ୍ତି ।

ଜିଓ ଫୋନ ସହିତ ମିଳୁବାକୁ ଥିବା ଅଫର

ସୂଚନା ମୁତାବକ, ୧୫ ଅଗଷ୍ଟରୁ ଜିଓ ଫୋନର ବିଟା ଟେଷ୍ଟିଂ ଆରମ୍ଭ ହୋଇସାରିଛି । ସେହିପରି ୨୪ ଅଗଷ୍ଟରୁ ସାଧାରଣ ୟୁଜର୍ସ ମଧ୍ୟ ଜିଓ ଫୋନ୍ ବୁକିଂ କରିପାରିବେ । ଯେଉଁ ଗ୍ରାହକ ପ୍ରିବୁକିଂ କରିଛନ୍ତି, ସେମାନଙ୍କ ପାଇଁ ଏହି ଫୋନ ‘ପ୍ରଥମେ ଆସ ଓ ପ୍ରଥମେ ପାଅ’ ଆଧାରରେ ୧ ସେପ୍ଟେମ୍ବର ଠାରୁ ଉପଲବ୍ଧ କରାଯିବ । ଏହି ଫୋନ ପାଇଁ କମ୍ପାନୀ ଅଲଗା ଅଲଗା ଡାଟା ପ୍ୟାକ ଦେଇଛି । ଏଥିରେ ଗ୍ରାହକ ୧୫୩ ଟଙ୍କାରେ ଏକ ମାସିଆ ଯୋଜନା ନେଇପାରିବେ । ଯେଉଁଠି ୟୁଜର୍ସ ମାଗଣା ଭଏସ କଲ,ଏସଏମଏସ, ଅସୀମଡାଟା ଏବଂ ଜିଓର ବିଭିନ୍ନ ଆପଗୁଡିକୁ ମାଗଣାରେ ଆକ୍ସେସ୍ କରିପାରିବେ ।