ସୋସିଆଲ ମିଡିଆରେ ନିଜ ରାକ୍ଷୀପିନ୍ଧା ଫଟୋ ସେୟାର କରି ଜିତନ୍ତୁ Honor Band 3 ! ଜାଣନ୍ତୁ ପୂରା ପ୍ରକ୍ରିୟା

36

ଆଜି ପବିତ୍ର ରକ୍ଷାବନ୍ଧନ । ନିଜର ସୁରକ୍ଷା ସହ ଭାଇର ଶୁଭ କାମନା କରି ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ । ତେବେ ଏହି ଅବସରରେ Honor ପକ୍ଷରୁ ଏକ ପ୍ରତିଯୋଗୀତା କରାଯାଉଛି । ଯେଉଁଥିରେ ୟୁଜର ବିଭିନ୍ନ ସୋସିଆଲ ମିଡିଆ ତଥା ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମରେ ଚଳିତ ବର୍ଷର ରକ୍ଷାବନ୍ଧନର ଫଟୋ ସେୟାର କରି Honor Band 3  ଜିତିପାରିବେ । ଯାହା ସଂପର୍କରେ ଆମେ ବିସ୍ତାର ଭାବରେ ନିମ୍ନରେ ଆଲୋଚନା କରିଛୁ ।

ବଜାରରେ Honor Band 3 ର ଦାମ ରହିଛି ୨.୪୯୯ ଟଙ୍କା, ହେଲେ ଯଦି ଆପଣ ଏହି ବ୍ୟାଣ୍ଡକୁ ମାଗଣାରେ ପାଇବାକୁ ଚାହୁଁଛନ୍ତି ତେବେ ଚଳିବ ବର୍ଷ ରାକ୍ଷୀପୂର୍ଣ୍ଣିମା ଅବସରରେ ଆପଣଙ୍କୁ କେବଳ ଗୋଟିଏ ଛୋଟିଆ କାମ କରିବାକୁ ପଡିବ । ତେବେ Honor ତରଫରୁ ଦିଆଯାଇଥିବା ଏକ ଟାକ୍ସକୁ ଆପଣଙ୍କୁ ପୂରା କରିବାକୁ ପଡିବ । ଆଉ ଏହି ଟାକ୍ସରେ ଯଦି ଆପଣ ସଫଳ ହୋଇଯାଆନ୍ତି ତେବେ ଯେଉଁଥିରେ ଭାଗ ନେଇ ଆପଣ Honor Band 3 କୁ ମାଗଣାରେ ଜିତି ପାରିବେ । ତେବେ କିପରି ଆସନ୍ତୁ ଜାଣିବା ।

• ନିଜ ପିସି କିମ୍ବା ଲାପଟପରେ ବ୍ରାଉଜରକୁ ଓପନ କରନ୍ତୁ ଏବଂ ସେଥିରେ https://www.hihonor.com/in/index.htmlଟାଇପ୍ କରନ୍ତୁ ।

• ଟାଇପ କରିବା ପରେ ଆପଣ Honorର ଅଫିସିଆଲ େଓବସାଇଟକୁ ଯାଆନ୍ତୁ । ଏଠାରେ ଆପଣଙ୍କୁ PARTICIPATE AND WIN ର ବଟନ ନଜର ଆସିବ, ତା ଉପରେ କ୍ଲିକ କରନ୍ତୁ ।

• ଏହାପରେ ଏଠାରେ ଏକ ନୂଆ ପେଜ ଓପନ ହୋଇଯିବ । ନୂଆ ପେଜରେ ଆପଣଙ୍କୁ ସବମିଟ ବଟନ ନଜର ଆସସିବ, ଯେଉଁଥିରେ ଆପଣଙ୍କୁ କ୍ଲିକ କରିବାକୁ ହେବ ।

• ସିଷ୍ଟମ ଆପଣଙ୍କୁ ଆକାଉଂଟ ଲଗଇନ କିମ୍ବା ରେଜିଷ୍ଟର କରିବାକୁ କହିବ । ଯଦି ଆପଣଙ୍କ ଆକାଉଂଟ ନାହିଁ ତେବେ ପ୍ରଥମେ ରେଜିଷ୍ଟର ବଟନରେ କ୍ଲିକ କରନ୍ତୁ ଏବଂ ଆକାଉଂଟ ବନାନ୍ତୁ । ଯଦି ଆପଣଙ୍କ ଆକାଉଂଟ ପୂର୍ବରୁ ହିଁ ପ୍ରସ୍ତୁତ ଅଛି ତେବେ ଲଗଇନ ବଟନ ଉପରେ କ୍ଲିକ୍ କରନ୍ତୁ ।

• ଆକାଉଂଟ ଲଗଇନ କରିବା ପରେ ମେସେଜ ସେକ୍ସନରେ ନିଜ ଭାଇ/ଭଉଣୀଙ୍କ କୌଣସି ବି ଏକ ମଜାଳିଆ ମୁହୂର୍ତ୍ତକୁ ସେୟାର କରି ତାକୁ ସବମିଟ୍ କରିଦିଅନ୍ତୁ ।

• ଏହାପରେ ନିଜ ଭାଇ/ଭଉଣୀଙ୍କୁ ବି ଆପଣ କରିଥିବା ପୋଷ୍ଟର ରିପ୍ଲାଏ ଦେବାକୁ କୁହନ୍ତୁ । ଉଭୟ ପକ୍ଷରୁ ଏଭଳି କରିବା ଦ୍ୱାରା ଏବେ ଆପଣ ଏହି ଟାକ୍ସ ପାଇଁ ଯୋଗ୍ୟ ହୋଇଯିବେ ।

• ଏହାପରେ ନିଜ ରାକ୍ଷୀର ଏକ ବହୁତ ଭଲ ଫଟୋ ଉଠାଇ ତାକୁ ଫେସବୁକ, ଟୁଇଟର ଏବଂ ଇନଷ୍ଟାଗ୍ରାମରେ #ThatRakhiMoment ଏବଂ #HonorIndia ହ୍ୟାସଟାଗ ଦେଇ ସାର୍ବଜନୀନ ଭାବେ ସେୟାର କରି ଦିଅନ୍ତୁ ।

ତେବେ ଯେଉଁ ୟୁଜରଙ୍କର ଏହି ତିନୋଟି ଯାକ ପ୍ଲାଟଫର୍ମରେ ସବୁଠାରୁ ଅଧିକ ଫଟୋ ଲାଇକ କରାଯିବ ତାଙ୍କୁ ଏହି ଟାକ୍ସର ବିଜେତା ବୋଲି ଘୋଷଣା କରାଯିବ । ଏବଂ ସେ Honor Band 3 ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ।