ମହିଳାଙ୍କ ପୋଷାକରେ କାହିଁକି ନଥାଏ ପକେଟ୍ ? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟକର କାରଣ

52

ଆପଣ ଧ୍ୟାନ ଦେଇଥିବେ କି ମହିଳାଙ୍କ ପୋଷାକରେ ସାଧାରଣତଃ ପକେଟ୍ ନଥାଏ । ପୁରୁଷମାନଙ୍କ ତୁଳନାରେ ମହିଳାମାନଙ୍କର ଏଭଳି ଅନେକ ପୋଷାକ ରହିଛି ଯେଉଁଥିରେ କି ପକେଟ୍ ନଥାଏ । କିନ୍ତୁ କାହିଁକି ? ତେବେ ଏହା କୌଣସି ଭୁଲ୍ ନୁହେଁ ବରଂ ଏହା ଲୋକଙ୍କର ଏକ ମାନସିକତା କାରଣ ଅଟେ ।

ସୂଚନା ମୁତାବକ, ୧୮୪୦କୁ ଫ୍ୟାସନ କ୍ଷେତ୍ରର ଏକ କିର୍ତ୍ତୀକାରୀ ସମୟ ବୋଲି କୁହାଯାଏ । କାରଣ, ଏହି ସମୟରେ ଫ୍ୟାସନ ଡିଜାଇନର ମହିଳାଙ୍କ ପାଇଁ ବିଭିନ୍ନ ଭେରାଇଟିର ପୋଷାକମାନ ତିଆରି କରିବା ଆରମ୍ଭ କରିଥିଲେ । ଯାହା ଧିରେ ଧିରେ ମହିଳାଙ୍କ ଡ୍ରେସ୍ ସହ ଜଡିତ ଫ୍ୟାସନର ପରିଚୟ ସୃଷ୍ଟି କରିଥିଲା । କୁହାଯାଏ, ଯଦି ମହିଳାଙ୍କ ପୋଷାକରେ ପକେଟ୍ ରହେ ତେବେ ଯାହାଦ୍ୱାରା ସେମାନେ ପକେଟରେ କିଛି ନା କିଛି ଜିନିଷ ରଖିପାରନ୍ତି । ଯେଉଁଥି ପାଇଁକି ସେମାନଙ୍କ ଶରୀରର ଗଢଣିରେ ପରିବର୍ତ୍ତନ ଦେଖାଯାଇଥାଏ ଏବଂ ସେମାନଙ୍କୁ ବିଭିନ୍ନ ଅପ୍ରିତିକର ପରିସ୍ଥିତିର ସାମ୍ନା ହେବାକୁ ପଡିଥାଏ । ତେଣୁ ଏହି କାରଣରୁ ମହିଳାଙ୍କ ପୋଷାକରେ ପକେଟ୍ ରଖାଯାଇନଥାଏ ।

ନିକଟରେ ୟୁରୋପର କିଛି ମହିଳା ପୋଷାକରେ ପକେଟ୍ ରଖିବା ଦାବି ନେଇ ‘ଗିଭ୍ ଅସ୍ ପକେଟ୍’ ଅଭିଯାନ ଚଲାଇଥିଲେ । କିନ୍ତୁ ଏହି ଅଭିଯାନଟିକୁ ଫ୍ୟାସନ ଜଗତ ଏକ ହାସ୍ୟାସ୍ପଦ କଥା ଭାବେ ଗ୍ରହଣ କରିଥିଲା । ଯଦିଓ ଏହି ଅଭିଯାନର ଫଳସ୍ୱରୂପ କିମ୍ବା ଆଧୁନିକ ଲୋକଙ୍କ ଖୋଲା ଚିନ୍ତାଧାରା ହେଉ ବର୍ତ୍ତମାନ ସମୟରେ ଜିନ୍ସ, ସାର୍ଟ ବ୍ୟତୀତ ଏଭଳି ଅନେକ ପୋଷାକ ତିଆରି କରାଯାଉଛି ଯେଉଁଥିରେ କି ପକେଟ୍ ରହିଛି ।

ଏହାସହ ମଧ୍ୟ ପଢନ୍ତୁ- କାହିଁକି ଶ୍ମଶାନ ଘାଟକୁ ମହିଳାଙ୍କ ଯିବା ନିଷେଧ ? ଜାଣନ୍ତୁ ଏହାର ୪ଟି ବଡ଼ କାରଣ