ଚା’ବାଲି ହେଲେ ଅଷ୍ଟ୍ରେଲିଆର ‘ବିଜିନେସ୍ ୱିମେନ ଅଫ୍ ଦ ଇୟର’

66

3ଅଷ୍ଟ୍ରେଲିଆରେ ରହୁଥିବା ଜଣେ ୨୬ ବର୍ଷୀୟ ଭାରତୀୟ ଯୁବତୀ ଏବେ ଖୁବ୍ ଚର୍ଚ୍ଚିତ । ପେଶାରେ ଓକିଲାତି କରୁଥିବା ଉପମା ବିରଦୀ ନାମ୍ନୀ ଏହି ଯୁବତୀ ପାଇଛନ୍ତି ଅଷ୍ଟ୍ରେଲିଆର ‘ବିଜିନେସ୍ ୱିମେନ ଅଫ୍ ଦ ଇୟର’ ଆୱାର୍ଡ ।

ଉପମାଙ୍କ ଜନ୍ମ ଚଂଡିଗଡରେ । ଯିଏ ଅଷ୍ଟ୍ରେଲିଆରେ ଚା’ ବିଜିନେସ୍ ଆରମ୍ଭ କରି ‘ଚା’ବାଲି’ଭାବେ ନିଜର ଏକ ପରିଚୟ ବନାଇଛନ୍ତି । ଉପମାଙ୍କ ଜେଜେ ଚଂଡିଗଡରେ ଦେଶୀୟ ଔଷଧ ବିକ୍ରି କରୁଥିଲେ । ସେ ହିଁ ଉପମାର ପରିଚୟ ଆୟୁର୍ବେଦିକ ଚା ସହ କରାଇଥିଲେ । ଉପମାଙ୍କୁ ଚା ବନାଇବାର ଏତେ ଇଚ୍ଛା ଥିଲା ଯେ ଅଷ୍ଟ୍ରେଲିଆରେ ଏକ ଚା’ ଦୋକାନ ଖୋଲିଲେ । ଉପମାଙ୍କ ଚା’ର ଏତେ ପସନ୍ଦ ଲୋକମାନେ କଲେ ଯେ , ଚା’ବାଲି ନାଁରେ ଏକ ବ୍ରାଂଡ ଲାଗିଗଲା । ଚା’ବାଲି ନାଁରେ ଉପମାଙ୍କ ଚାହା ଅଷ୍ଟ୍ରେଲିଆ ବଜାରରେ ଖୁବ୍ ବିକ୍ରି ହେଲା । ଅଷ୍ଟ୍ରେଲିଆରେ ହୋଇଥିବା ଟି ଫେଷ୍ଟିଭାଲରେ ଉପମାଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା । ଉପମା ଚା’ର ଅନ୍ ଲାଇନ୍ ଷ୍ଟୋର ବି ଚଳାଉଛନ୍ତି ।

2ଉପମା କୁହନ୍ତି ଯେତେବେଳେ ସେ ପାଠପଢିବା ପାଇଁ ଅଷ୍ଟ୍ରେଲିଆ ଆସିଥିଲେ ,ସେତେବେଳେ ଘରର ଚା’ ଖୁବ୍ ମନେପଡୁଥିଲା । ଚା’ର ଏକ ୱାର୍କସପ ବି ନେଇଥିଲେ ଉପମା । ପ୍ରଥମେ ପ୍ରଥମେ ଉପମାଙ୍କୁ ଲୋକେ ଚା’ବାଲି ଡାକିଲା ବେଳେ ତାଙ୍କ ବାପାଙ୍କୁ ଏହା ଖରାପ ଲାଗୁଥିଲା । ହେଲେ ଉପମା ତାଙ୍କୁ ବୁଝାଇଥିଲେ ଯେ ସେ ଦୁନିଆକୁ ଦେଖେଇବାକୁ ଚାହାଁନ୍ତି ଏ ଚା’ବାଲି କଣ କରିପାରେ । ଅଷ୍ଟ୍ରେଲିଆରେ ଭାରତୀୟ ଚା’ର ଲୋକପ୍ରିୟ କରାଇ ଭାରତୀୟ ସଂସ୍କୃତିକୁ ବଢାଇବାକୁ ତାଙ୍କର ଲକ୍ଷ୍ୟ ବୋଲି ଉପମା କୁହଁନ୍ତି । ଆଉ ଏଥିପାଇଁ ଅଷ୍ଟ୍ରେଲିଆରେ ଭାରତୀୟ ଚା’ର ଖୁବ୍ ପ୍ରସାର କରୁଛନ୍ତି ଉପମା ।
3ଏବେ ଖୁବ୍ ଧୁମଧାମରେ ନିଜର ଏହି ପେଶାକୁ ନେଇ ଉପମା ଆଗେଇ ଚାଲିଛନ୍ତି । ଚା’ପ୍ରତି ଉପମାଙ୍କର ଏଭଳି ଏକ ଭଲପାଇବା ଓ ପରୀକ୍ଷାନୀରିକ୍ଷାକୁ ନେଇ ତାଙ୍କୁ ଇଣ୍ଡିଆନ୍ ଅଷ୍ଟ୍ରେଲିଆନ୍ ବିଜିନେସ୍ ଏଣ୍ଡ କଂମ୍ୟୁନିଟ୍ ଆୱାର୍ଡ ପାଇଁ ଚୟନ କରାଯାଇଥିଲା । ସିଡୀନରେ ଏକ କାର୍ଯ୍ୟକ୍ରମରେ ଉପମାଙ୍କୁ ‘ବିଜିନେସ୍ ୱିମେନ ଅଫ୍ ଦ ଇୟର’ ଆୱାର୍ଡ ଦିଆଯାଇଛି ।

ଦେଖନ୍ତୁ ଏହି ଭିଡିଓ –

ଏହାସହ ଦେଖନ୍ତୁ –ଏଫିଲ୍ ଟାୱାର ପୋଷାକରେ ମାରାଥନ ଦୈାଡ : ସୋସିଆଲ ମିଡିଆରେ ଭାଇରାଲ