୨୦ବର୍ଷ ପରେ ପୁଣି ଓଡିଶାରେ ବିଜେପିର କାର୍ଯ୍ୟକାରିଣୀ : ପ୍ରସ୍ତୁତ ହେବ ନବୀନ ହଟାଅ ରଣନୀତି

25

୧୯୯୭ ଡିସେମ୍ବର ମାସରେ ଭୁବନେଶ୍ୱରରେ ହୋଇଥିଲା ବିଜେପିର ଜାତୀୟ କାର୍ଯ୍ୟକାରିଣୀ । ଆଗକୁ ଥିଲା ଲୋକସଭା ନିର୍ବାଚନ । ଅଟଳ ବିହାରୀ ବାଜପାୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ହୋଇଥିଲା ଏହି କାର୍ଯ୍ୟକାରିଣୀ । ମେଣ୍ଟ ରାଜନୀତିରେ ମୂଳଦୁଆ ପଡିଥିଲା । ଠିକ୍ ତା’ପରେ ଗଠନ ହୋଇଥିଲା ବିଜୁ ଜନତା ଦଳ (ବିଜେଡି) । ବିଜେଡି-ବିଜେପି ମେଣ୍ଟ ଲଢିଥିଲେ ୧୯୯୮ ମସିହା ଲୋକସଭା ନିର୍ବାଚନ । ଆଉ ୨୧ରୁ ୧୬ଟି ଆସନ ହାତେଇଥିଲେ । ରାଜନୀତିରେ ନୂଆ ନୂଆ ପାହାଚ ଚଢୁଥିବା ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରାଇବାରେ ବିଜେପିର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।

ଏବେ ୨୦ ବର୍ଷ ପରେ ସେହି କାର୍ଯ୍ୟକାରିଣୀ ବୈଠକ । ଏହା ୪ର୍ଥତମ କାର୍ଯ୍ୟକାରିଣୀ ବିଜେପିର । ପୂର୍ବରୁ ୧୯୮୨,୧୯୯୨ ଓ ୧୯୯୭ ମସିହାରେ ହୋଇଥିଲା ବିଜେପିର ଜାତୀୟ କାର୍ଯ୍ୟକାରିଣୀ । ଏବେ ମୋଦି ହେଉଛନ୍ତି ଯାଦୁଗର । ସେ ଚଳେଇବେ ରାଜନୀତିର ଯାଦୁ । ଏହି କାର୍ଯ୍ୟକାରିଣୀରେ ଆଉ ମେଣ୍ଟ ରାଜନୀତି ନୁହେଁ ,ଓଲଟା ରଣନୀତି ତିଆରି ହେବ । କେମିତି ହଟିବେ ନବୀନ ? ଆଉ ୨୦୧୯ରେ ବିଜେପି କେମିତି ଓଡିଶାରେ ସରକାର ଗଠନ କରିବ ? ଏହି ଯୋଜନାର ରୂପରେଖ ତିଆରି ହେବ ।