ଚର୍ଚ୍ଚାରେ ‘ଗ୍ରହ ସୁରକ୍ଷା ଅଧିକାରୀ’ ପଦ ପାଇଁ ନାସାର ନିଯୁକ୍ତି ଆହ୍ୱାନ ! ସୁରକ୍ଷା ଲାଗି ଅଣ୍ଟା ଭିଡ଼ିଲେ ୯ବର୍ଷର ବାଳକ

50

ପୃଥିବୀକୁ ସମ୍ଭାବ୍ୟ ଏଲିଏନ୍ସଙ୍କ ଠାରୁ ରକ୍ଷା କରିବା ପାଇଁ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ପକ୍ଷରୁ ଆବେଦନ ପତ୍ର ଆହ୍ୱାନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଉଚ୍ଚ ଦରମା ସହ ଏହି ନିଯୁକ୍ତିର ଯୋଗ୍ୟତା ବିଷୟରେ ନାସା ଘୋଷଣା କରିଛି । ସବୁଠୁ ବିସ୍ମୟର କଥା ଏହି ଯେ , ନାସାର ଏହିଭଳି ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ଅଭିଯାନରେ କାର୍ଯ୍ୟ କରିବା ଲାଗି ଆଗ୍ରହ ପ୍ରକାଶ କରିଛି ଜଣେ ୯ବର୍ଷର ବାଳକ ।

ନାସାର ‘ଗ୍ରହ ସୁରକ୍ଷା ଅଧିକାରୀ’ ପଦ ଲାଗି ଆବେଦନ କରିଛନ୍ତି ଜ୍ୟାକ୍ ଡାଭିସ୍ ନାମକ ୯ବର୍ଷୀୟ ବାଳକ । ମୋଟା ଅଙ୍କର ଦରମା ପାଇଁ ନୁହେଁ , ବରଂ ପୃଥିବୀକୁ ଏହି ସମ୍ଭାବ୍ୟ ବିପଦରୁ ଉଦ୍ଧାର କରିବା ଲାଗି ଡାଭିଡ୍ ଅଣ୍ଟା ଭିଡିଛନ୍ତି । ନିଜକୁ ସେ ମହାଜାଗତିକ କ୍ଷେତ୍ରର ରକ୍ଷାକର୍ତ୍ତା ଭାବେ ଏକପ୍ରକାର ଦାବି କରିଛନ୍ତି । ତାଙ୍କର ଏଭଳି ଆଗ୍ରହ ଦେଖି ନାସା ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି । ନାସାର ଅଧିକାରୀ ଏକ ଚିଠିରେ ଡାଭିଡଙ୍କ ଏହି ମହତ ଆକାଂକ୍ଷାକୁ ପ୍ରଶଂସା କରିଛନ୍ତି ।

୪ର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବା ଡାଭିଡ୍ ନାସା ପ୍ଲାନେଟୋରୀ ସାଇନ୍ସ ନିର୍ଦ୍ଦେଶକ ଜିମ୍ ଗ୍ରୀନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ-“ ମୋର ବୟସ ୯ବର୍ଷ ହୋଇପାରେ ଏବଂ ମୁଁ ୪ର୍ଥ ଷ୍ଟାଣ୍ଡାର୍ଡରେ ପଢୁ ଥାଇପାରେ , ମାତ୍ର ନାସାର ଏହି ଚାକିରି ଲାଗି ମୁଁ ନିଜକୁ ଯୋଗ୍ୟ ତଥା ଉପଯୁକ୍ତ ମନେକରୁଛି । ଏହାର ଏକ କାରଣ ରୂପେ ଡାଭିଡ୍ ଦର୍ଶାଇଛନ୍ତି ଯେ “ମୋ ଭଉଣୀ ମୋତେ ଏଲିଏନ୍ ବୋଲି କହିଥାଏ । ମୁଁ ସମସ୍ତ ମହାକାଶ ତଥା ଏଲିଏନ୍ସ ସମ୍ବନ୍ଧୀୟ ଫିଲ୍ମ ଦେଖିଛି । ତେଣୁ ମୁଁ ଏଲିଏନ୍ସ କୁ ଚିହ୍ନିପାରିବି ” । ସେ ତାଙ୍କ ଚିଠିରେ ଜ୍ୟାକ୍ ଡେଭିଡ୍, ‘ଗାର୍ଡିଆନ୍ ଅଫ୍ ଦ ଗାଲାକ୍ସି’ ,୪ର୍ଥ ଶ୍ରେଣୀ ବୋଲି ଇତିରେ ଲେଖିଛନ୍ତି ।
(ସୌଜନ୍ୟ-ଏବିସି-୭ )