ମଜା କରିବା ପଡିଲା ମହଙ୍ଗା : ଦେଖନ୍ତୁ କେମିତି ପ୍ରେମିକା ଆଗରେ ପ୍ରେମିକର ଗଲା ଜୀବନ

62

56344656ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୁମ୍ବାଇରେ । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା । ଥଟ୍ଟାମଜାରେ ଗୋଟେ ନିରୀହ ଜୀବନ ପଡିଛିି ବଳି । ୨୧ ବର୍ଷୀୟ ମ୍ୟାନେଜମେଂଟ ଷ୍ଟୁଡେଂଟ କେବେ ଭାବିନଥିଲେ କି ତାଙ୍କର ମଜାକ ତାଙ୍କ ପାଇଁ କାଳ ହୋଇଯିବ । ନିଜ ଗର୍ଲଫ୍ରେଣ୍ଡଙ୍କ ସାମ୍ନାରେ ମଜା କଲେ । ଆଉ ଏ ମଜା ଥିଲା ଆତ୍ମହତ୍ୟା କରିବାର ଅଭିନୟ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଛି ଏଭଳି ଏକ ଦୁଃଖଦ ଖବର ।

ସୂଚନା ଅନୁସାରେ ସନମିତ ରାଣେ ନାମକ ଏହି ଯୁବକ ଜଣକ ନିଜ ୧୭ବର୍ଷୀୟ ଗର୍ଲଫ୍ରେଣ୍ଡ ସହ ମଜାକ ମୁଡରେ ଥିଲେ । ମଜାକ-ମଜାକରେ ଆତ୍ମହତ୍ୟାର ଅଭିନୟ କରୁଥିଲେ । ଆଉ ସେହି ମିଛ ଆତ୍ମହତ୍ୟା ହୋଇଗଲା ସତ । ଗର୍ଲଫ୍ରେଣ୍ଡର ସାମ୍ନାରେ ଯୁବକଙ୍କର ଜୀବନ ଚାଲିଗଲା । ସେହି ଯୁବକ ଓ ତାଙ୍କ ଗର୍ଲଫ୍ରେଣ୍ଡ ଦୁହେଁ ଗୋଟିଏ କଲୋନୀରେ ରୁହନ୍ତି । ଦୁଇଜଣଙ୍କ ପରିବାର ସେମାନଙ୍କର ପ୍ରେମ ସଂପର୍କ ବିଷୟରେ ଜାଣିଥିଲେ ।

ପୁଲିସକୁ ଦେଇଥିବା ବୟାନରେ ଗର୍ଲଫ୍ରେଣ୍ଡ ଜଣକ କହିଛନ୍ତି ,ସବୁକିଛି ମଜାରେ ଚାଲିଥିଲା । ହଠାତ୍ ରାଣେ କହିଲେ ଯଦି କେବେ ସେ ତାଙ୍କୁ ଭୁଲି ଯିବେ ସେ ନିଜ ଜୀବନ ହାରିଦେବେ । ଏହାପରେ ସେ ବେଡରୁମକୁ ଯାଇ ଏକ ଷ୍ଟୁଲ ଆଣିଥିଲେ । ଓଢଣିରେ ଫାଶ କରି ସିଲିଂ ଫ୍ୟାନାରେ ଝୁଲିଥିଲେ । ନିଜକୁ ଆୟତ୍ତ କରିନପାରି ସେ ସତରେ ଜୀବନ ଦେଇଥିଲେ । ଆଉ ସାମ୍ନାରେ ନିରୁପାୟ ହୋଇ ସବୁ ଦେଖୁଥିଲେ ଗର୍ଲଫ୍ରେଣ୍ଡ ।

ଏହାସହ ମଧ୍ୟ ଦେଖନ୍ତୁ- ୨ବର୍ଷର ଶିଶୁ ବଂଚାଇଲା ଯାଆଁଳା ଭାଇର ଜୀବନ : ଭିଡିଓ ୟୁଟ୍ୟୁବରେ ଭାଇରାଲ