ଦଶମ ପାସ୍ ଯୁବକଙ୍କ ପାଇଁ ଭାରତୀୟ ବାୟୁସେନାରେ ଚାକିରି କରିବାର ସୁଯୋଗ ! ମାସିକ ଦରମା ୨୦ ହଜାର ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ

73

ଇଣ୍ଡିଆନ ଏୟାରଫୋର୍ସରେ ଭାରତୀୟ ବାୟୁସେବାରେ କାମ କରିବାକୁ ଇଚ୍ଛା ରଖିଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ଭାରତୀୟ ବାୟୁସେନାରେ ବର୍ତ୍ତମାନ ୫୪ଟି ଏଲଡିସି, ଏମଟିଏସ, ମେସ ଷ୍ଟାଫ, ପେଂଟର ଏବଂ ବିଭିନ୍ନ ପଦପଦବୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସମସ୍ତ ପଦବୀ ପାଇଁ ଇଚ୍ଛୁକ ଆଶାୟୀପ୍ରାର୍ଥୀ ବିଜ୍ଞାପନ ଜାରି ହେବାର ୩୦ ଦିନ ମଧ୍ୟରେ ଆବେଦନ କରିପାରିବେ ।

ପଦବୀ ସଂଖ୍ୟା: ୧୪୫

ପଦବୀ ସଂକ୍ରାନ୍ତିୟ ସୂଚନା: ମଲ୍ଟି ଟାକ୍ସିଂ ଷ୍ଟାଫ/ ଏମଟିଏସ: ୯୦ଟି ପଦ

ଲୋୟର ଡିଭିଜନ କ୍ଲର୍କ/ଏଲଡିସି:୬ଟି ପଦ

କୃକ୍: ୮ଟି ପଦ

ମେସ ଷ୍ଟାଫ: ୫ଟି ପଦ

ହାଉସ କିପିଂ ଷ୍ଟାଫ: ୧୯ଟି ପଦ

ଆବେଦନ କରିବାର ଶେଷ ତାରିଖ: ଆଶାୟୀ ପ୍ରାର୍ଥୀ ୧୯ ମାର୍ଚ୍ଚ ୨୦୧୮ରୁ ୩୦ ଦିନ ମଧ୍ୟରେ ଏହି ପଦବୀ ପାଇଁ ନିବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା: ମଲ୍ଟି ଟାକ୍ସିଂ ଷ୍ଟାଫ ପାଇଁ ଆବେଦନ କରୁଥିବା ବ୍ୟକ୍ତି ବିଶେଷ କୌଣସି ବି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ୧୦ ଶ୍ରେଣୀ ପାସ ହୋଇଥିବା ଆବଶ୍ୟକ । ସେହିପରି ଲୋୟର ଡିଭିଜନ କ୍ଲର୍କ ପାଇଁ ଦ୍ୱାଦଶ ଶ୍ରେଣୀ ପାସ୍ ହେବା ସହିତ ୩୫ରୁ ୩୦ ଶଦ୍ଦ ପ୍ରତି ମିନିଟରେ ଟାଇପିଂ ସ୍ପିଡ ମଧ୍ୟ ଥିବା ଜରୁରୀ ଅଟେ ।

ବୟସ ସୀମା: ଫାୟାରମ୍ୟାନ ପାଇଁ ବୟସ ସୀମା ୧୮ରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସେହିପରି ଅନ୍ୟାନ୍ୟ ପଦବୀ ପାଇଁ ବୟସ ସୀମା ୧୮ରୁ ୨୫ ବର୍ଷ ରଖାଯାଇଛି ।

ଚୟନ ପ୍ରକ୍ରିୟା: ଏହି ପଦପଦବୀ ପାଇଁ ଆବେଦନ କରୁଥିବା ଆଶାୟୀମାନଙ୍କର ଚୟନ ସ୍କିଲ,ପ୍ରାକ୍ଟିକାଲ, ଏବଂ ଫିଜିକାଲ ଟେଷ୍ଟ ଆଧାରରେ କରାଯିବ ।

କିପରି କରିବେ ଆବେଦନ: ଆବେଦନ ପାଇଁ ଆପଣଙ୍କୁ http://careerairforce.nic.inରୁ ଅଫଲାଇନ ଆବେଦନ ଫର୍ମ ଡାଉନଲୋଡ କରିବାକୁ ପଡିବ । ଏହାପରେ ଫର୍ମଟକୁ ସଠିକତାର ସହ ପୁରଣ କରି ଏବଂ ସମସ୍ତ ଦସ୍ତାବିଜ ସହିତ ୫ ଟଙ୍କିଆ ଡାକ ଟିକେଟ ଲଗାଇ ବିଜ୍ଞାପନରେ ଦର୍ଶାଯାଇଥିବା ଠିକଣାରେ ପଠାଇବାକୁ ହେବ ।

ଦରମା: ୨୦୦୦୦ ଟଙ୍କା ପ୍ରତି ମାସ