ବଡ ଖବର : ଗରିବଙ୍କୁ ପେଟ୍ରୋଲ ପମ୍ପ ଏବଂ କୁକିଂ ଗ୍ୟାସ ଏଜେନ୍ସି ଦେବେ ମୋଦି ସରକାର , ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

1,426

ଆର୍ଥିକ ସ୍ଥିତିରେ ପଛରେ ଥିବା ତଥା ଗରିବ ସବର୍ଣ୍ଣଙ୍କୁ ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ଉଭୟ ଲୋକସଭା ଏବଂ ରାଜ୍ୟ ସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିବାକୁ ବାକି ରହିଛି । ତେବେ ଖବର ଆସିଛି କି କେନ୍ଦ୍ର ସରକାର ଏଣିକି ଗରିବ ସବର୍ଣ୍ଣଙ୍କୁ ରାଜ୍ୟ ସରକାର ଦ୍ୱାରା ସଂଚାଳିତ ତୈଳ ବିତରଣ କଂପାନୀଗୁଡିକ ଅନୁସାରେ ଉଭୟ ପେଟ୍ରୋଲ ପମ୍ପ ଏବଂ କୁକିଂ ଗ୍ୟାସ ଏଜେନ୍ସି ଆବଂଟନ କରିବେ । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏହି କପାନୀଗୁଡିକ କେନ୍ଦ୍ର ସରକାରଙ୍କ ସଂରକ୍ଷଣ ନୀତିର ଅନୁସରଣ କରିବେ ।

ମିଳିଥିବା ସୂଚନା ଅନୁସାରେ, ନୂଆ ପାରିତ ଆଇନ ଲାଗୁ ହେବା ପରେ ଇଡବ୍ଲୁଏସ ଶ୍ରେଣୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ (କ୍ଷୁଦ୍ର ଦୋକାନ ବାଂଟି )ବାକୁ ଔପଚାରିକ ପ୍ରସ୍ତାବ ଉଚିତ ସମୟରେ ଆରମ୍ଭ କରାଯିବ । ବର୍ତ୍ତମାନ ପେଟ୍ରୋଲିୟମ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଏହା ଉପରେ କୌଣସି ଟିପ୍ପଣୀ ଦେଇନଥିଲେ ବି ଶୁଣିବାକୁ ମିଳୁଛି କି, ଏହି ବିଧେୟକକୁ ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିବା ପରେ ହିଁ ଖୁବ୍ ଶୀଘ୍ର ଲାଗୁ କରିଦିଆଯିବ ।

ରାଜ୍ୟ ମାଲିକାନାରେ ଥିବା ଇନ୍ଧନ କ୍ଷୁଦ୍ର ବ୍ୟବସାୟୀ-ଇଣ୍ଡିଆନ ଅଏଲ କର୍ପୋରେସନ, ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ତଥା ଏଚିପିସିଏଲ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡରେ ପ୍ରଥମରୁ ହିଁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଆରକ୍ଷଣ ନୀତି ରହିଛି । ବର୍ତ୍ତମାନ ଏହି ନୀତି ଆନୁସାରେ ଆବଂଟନ ୨୨.୫ ପ୍ରତିଶତ ଏସସି ଏବଂ ଏସଟିଙ୍କ ପାଇଁ ଏବଂ ୨୭ ପ୍ରତିଶତ ଓବିସି ବର୍ଗଙ୍କ ପାଇଁ ରହିଛି । ତେବେ ପୃଥକ ପୃଥକ ରାଜ୍ୟମାନଙ୍କରେ ଏହାର ପ୍ରତିଶତ ଭିନ୍ନ ଭିନ୍ନ ରହିଛି ।

ଏଠାରେ ଆମେ କହି ରଖୁଛୁ କି, ଉଭୟ ପେଟ୍ରୋଲ ପମ୍ପ ଏବଂ ଏଲପିଜି ଏଜେନ୍ସି ଆବଂଟନରେ ଓବିସି କୋଟାର ଶୁଭାରମ୍ଭ ମନମୋହନ ସିଂହ ସରକାରଙ୍କ ନେତୃତ୍ୱ ବହନ କରୁଥିବା ୟୁପିଏ ସରକାର ୨୦ ଜୁଲାଇ, ୨୦୧୨ରେ କରିଥିଲେ ।