ଦାଉଦ କେମିତି ବନିଲା ଡନ୍ ? ପୋଲିସ୍ ଅଫିସରର ପୁଅ ଅଣ୍ଡରୱାଲ୍ଡର ମୋଷ୍ଟ ୱାଂଟେଡ୍

32

ଆପଣଙ୍କୁ ଅଣ୍ଡରୱାଲ୍ଡ ଡନ୍ ଦାଉଦ ବିଷୟରେ ଅଳ୍ପ ବହୁତ ଜାଣା ଥିବ ନିଶ୍ଚୟ । ତେବେ ଡି କଂପାନୀ ଆରମ୍ଭ କରିବା ପରେ ଦାଉଦ୍ ଅପରାଧର ଦୁନିଆର ଏତେ ବଡ ନାଁ ବନିଯାଇଥିଲା କି ବିଶ୍ୱର ସବୁଠାରୁ ବଡ ଖତରନାକ୍ ଅପରାଧୀମାନଙ୍କ ତାରିକାରେ ତାର ନାଁ ତୃତୀୟ ସ୍ଥାନରେ ରହିଛି । ଶୁଣିବାକୁ ମିଳିଛି କି, ଦାଉଦର ହାତ ଅଲ୍-କାଏଦା ଯାଏଁ ଲମ୍ବିଛି । କିଛି ଲୋକ ମଧ୍ୟ କୁହନ୍ତି କି, ଦାଉଦକୁ ପାକିସ୍ତାନୀ ଖୁଫିଆ ଏଜେନ୍ସି, ଆଇଏସଆଇ ଆଶ୍ରୟ ଦେଇଛନ୍ତି । ଯେଉଁଥିପାଇଁ ଆଜିକା ଦିନରେ ଦାଉଦକୁ ଧରିବା କଷ୍ଟକର ହୋଇଯାଇଛି । ତେବେ ଦାଉଦ୍ କିପରି ଅପରାଧ ସାମ୍ରାଜ୍ୟର ସମ୍ରାଟ ହୋଇଥିଲା ସେ ବିଷୟରେ ଆଜି ଆମେ ଆପଣଙ୍କୁ କିଛି ରୋଚକ ତଥ୍ୟ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ।

• ଦାଉଦ ଇବ୍ରାହୀମର ଜନ୍ମ ୨୭, ଡିସେମ୍ବର ୧୯୫୫ରେ ମହାରାଷ୍ଟ୍ରର ରତ୍ନାଗିରି ଜିଲ୍ଲାରେ ହୋଇଥିଲା ।

• ଦାଉଦ ସ୍କୁଲ୍ ସମୟରେ ହିଁ ପାଠପଢା ଛାଡିଦେଇଥିଲା । ଏବଂ ନିଜର ଇଚ୍ଛା ଓ ଖରାପ ଅଭ୍ୟାସ ପାଇଁ ସେ ପିଲାସମୟରୁ ହିଁ ଡ୍ରଗ୍ସ ସପ୍ଲାଇ, ଚୋରି,ଡକାୟତି, ଲୁଟ୍ ଇତ୍ୟାଦି କାମ କରିବା ଆରମ୍ଭ କରି ଦେଇଥିଲା ।

• ଦାଉଦର ବାପା ଜଣେ ପୁଲିସ ଅଧିକାରୀ ଥିଲେ । କିନ୍ତୁ ଟଙ୍କା ରୋଜଗାର କରିବାର ସହଜ ପନ୍ଥା ଆଳରେ ସେ ଏହିସବୁ ରାସ୍ତାକୁ ଆପଣାଇ ନେଇଥିଲା ଦାଉଦ ।

• ଟଙ୍କା ବଳରେ ସାରା ଦୁନିଆରେ ଆଜି ଦାଉଦ ଏକ ବଡ ସମସ୍ୟା ହୋଇ ସୃଷ୍ଟି ହୋଇଛି । ଦିନ ଥିଲା ଦାଉଦ ପଟେ ରୁଟି ପାଇଁ ଲୋକଙ୍କ ନିକଟରେ ବିକଳ ହେଉଥିଲା ।

• ଦାଉଦ ନିଜ ଅପରାଧିକ କ୍ୟାରିୟରର ଆରମ୍ଭ ‘କରିମ ଲାଲ୍ ଗ୍ୟାଗ’ରୁ କରିଥିଲା । ଯାହା ସେହି ସମୟରେ ମୁମ୍ବାଇର ଏକ ଜଣାଶୁଣା ଅପରାଧୀ ତଥା ସଂଗଠନ ଥିଲା । ୧୯୮୦ର ଦଶକରେ ଦାଉଦର ନାଁ ମୁମ୍ବାଇ ଅପରାଧ ଜଗତରେ ତିବ୍ରଗତିରେ ବଢିବାକୁ ଲାଗିଲା ଏବଂ ଯାହା ଗ୍ଲାମର ଜଗତରେ ମଧ୍ୟ ଛାଇ ଯାଇଥିଲା ।

• ଅଣ୍ଡରୱାଲ୍ଡ ଡନ୍ ଦାଉଦ ଇବ୍ରାହୀମ ୧୯୮୬ରେ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମରେ ବଶି ଯାଇଥିଲା ଏବଂ ପାକିସ୍ତାନକୁ ହରାଇବା ଅବସରରେ ସମସ୍ତ ଖେଳାଳିଙ୍କୁ ଗାଡି ଦେବା ପାଇଁ ମଧ୍ୟ ଅଫର କରିଥିଲା । କିନ୍ତୁ କପିଲ ଦେବ ତାକୁ ଧମକାଇ ବିଦା କରିଦେଇଥିଲେ ।

• ଦାଉଦ ବିଷୟରେ ଏକ ରୋଚକ ତଥ୍ୟ ମଧ୍ୟ ରହିଛି କି, କ୍ରିକେଟ୍ ମ୍ୟାଚରେ ଯେତେବେଳେ ଭାରତର ପରାସ୍ତ ହୁଏ ସେତେବେଳେ ସେ ଅତ୍ୟନ୍ତ ମର୍ମାହତ ହୋଇପଡୁ ଏବଂ କାନ୍ଦି ମଧ୍ୟ ପକାଉଥିଲା ।

• ଆପଣ ଜାଣିଲେ ଚକିତ ହେବେ କି ,ଦାଉଦ ତାର ପାଖେପାଖେ ସବୁବେଳ ଜଣେ ଡାକ୍ତର ଏବଂ ୨ଟି ନର୍ସ ରଖିଥାଏ ।

• ଦାଉଦ ଅତ୍ୟନ୍ତ ରୋମାଂଟିକ ଥିଲା । ସେଥିପାଇଁ ସେ ବଲିଉଡର ସମସ୍ତ କୁମାରୀ କଳାକାରଙ୍କ ସହ ମନୋରଂଜନ କରିବାକୁ ପସନ୍ଦ କରୁଥିଲା । କୁହାଯାଏ ଅନେକ ସିନେମା ନିର୍ଦ୍ଦେଶକଙ୍କୁ ମଧ୍ୟ ଦାଉଦ ନିଜ ଉପରେ ଏକ ସିନେମା କରିବାକୁ କହୁଥିଲା । ତେବେ ଦାଉଦକୁ ନେଇ ଏଯାବତ୍ ଡି, ଡି-ଡେ,ବସ୍ ଅପନେ ଏକ୍ ଟାଇମ୍ ଇନ୍ ମୁମ୍ବାଇ, ସୁଟଆଉଟ୍ ଇନ୍ ଲୌଖଡାବାଲ ଏବଂ ବ୍ଲାକ୍ ଫ୍ରାଇଡେ ଭଳି ଅନେକ ସିନେମା ନିର୍ମାଣ ହୋଇ ସାରିଛି ।

ତେବେ ଦାଉଦର ସ୍ୱପ୍ନ ରହିଛି କି, ଭାରତ ଆସି ‘ରାଜନୀତି’ କରିବାକୁ । ଏଥିସହ ଅସ୍ତ୍ରଶସ୍ତ୍ର ବଳରେ ସାରା ଦେଶରେ ନିଜର ଅପରାଧୀକ ସାମ୍ରାଜ୍ୟ ତିଆରି କରିବାକୁ । ତାର ଶେଷ ଇଚ୍ଛା ରହିଛି କି ମୃତ୍ୟୁ ପରେ ତାକୁ ଭାରତରେ ହିଁ ସମାଧୀ ଦିଆଯାଉ ବୋଲି । ତେବେ ସରକାରଙ୍କ ପକ୍ଷରୁ ଦାଉଦକୁ ଧରାପକାଇବା ବ୍ୟକ୍ତିଙ୍କୁ ୨ କୋଟି ୫୦ ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି ।