ବିରାଟ ବାହିନୀର ଦମଦାର ବୋଲିଂ ପ୍ରଦର୍ଶନ ଜାରି । ସପ୍ତମ ୱିକେଟ୍ ହରାଇଲା ଦକ୍ଷିଣଆଫ୍ରିକା ।

76

କନକ ବ୍ୟୁରୋ : ଦକ୍ଷିଣଆଫ୍ରିକାକୁ ସପ୍ତମ ଝଟକା । ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରେ ଦମଦାର ବୋଲିଂ ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରୁଛି ଦକ୍ଷିଣଆଫ୍ରିକା । ରିପୋର୍ଟ ଲେଖା ସୁଦ୍ଧା ଦକ୍ଷିଣଆଫ୍ରିକା ୪୦ ଓଭରରେ ୭ଟି ୱିକେଟ୍ ହରାଇ ୧୬୧ ରନ୍ ସଂଗ୍ରହ କରିଛି । ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୪ଟ ଓି୍ୱକେଟ୍ ଅକ୍ତିଆର କରିଛନ୍ତି । ସେହିପରି ଯଶପ୍ରିତ ବୁମରା ୨ଟି ଏବଂ କୁଲଦୀପ ଯାଦବ ଗୋଟିଏ ୱିକେଟ୍ ଅକ୍ତିଆର କରିଛନ୍ତି ।