କେନ୍ଦ୍ରାପଡାରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପାଇଁ ପ୍ରଶାସନ ପକ୍ଷରୁ ନିଆଗଲା ପଦକ୍ଷେପ ।

945

କନକ ବ୍ୟୁରୋ :  ସାଂପ୍ରଦାୟିକ ହିଂସା ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେନ୍ଦ୍ରାପଡ଼ା ସହରରେ ବୁଧବାର ଠାରୁ ୪୮ ଘଣ୍ଟା ଯାଏଁ ଇଣ୍ଟରନେଟ ସେବାକୁ ବ୍ଲାକଆଉଟ୍ କରିଛନ୍ତି। ଆଇନ୍-ଶୃଙ୍ଖଳା ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ କାରଣରୁ କେନ୍ଦ୍ରାପଡାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ସୋସିଆଲ ମିଡିଆରେ ଏକ ମିଛ ବାର୍ତ୍ତା ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ଆଜି ପୂର୍ବାହ୍ଣ ୧୧ଟା ୩୦ ରୁ ଆରମ୍ଭ ହୋଇଥିବା ବ୍ଲାକଆଉଟ୍ ୪୮ ଘଣ୍ଟା ଯାଏଁ ଜାରି ରହିବ।