ଅନଲାଇନ୍ ଠକାମିର ଶିକାର ହେଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ! ହେଡଫୋନ୍ ବଦଳରେ ଆସିଲା ନଟ୍ ଭୋଲ୍ଟ ।

370

ଦିନକୁ ଦିନ ଅନଲାଇନରେ ଠକାମି ଭଳି ଘଟଣା ବଢି ବଢି ଚାଲିଛି । ଆଉ ଏହି ଠକାମିରେ ଶିକାର ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ସୋନାକ୍ଷୀ । ସୋନାକ୍ଷୀଙ୍କ କହିବା ଅନୁଯାୟୀ, ସେ ଏକ ଅନଲାଇନ୍ ସଂସ୍ଥାରୁ ଏକ ହେଡଫୋନ ଅର୍ଡର କରିଥିଲେ । କିନ୍ତୁ ଡେଲିଭରି ପରେ ଯେତେବେଳେ ସେ ପ୍ୟାକେଟ୍ ଖୋଲିଥିଲେ, ସେତେବେଳେ ପ୍ୟାକେଟ୍ ଭିତରେ ଲୁହାର ଏକ ସାମଗ୍ରୀ ରହିଥିଲା । ସୋନାକ୍ଷୀ ଉକ୍ତ ଅନଲାଇନ୍ ସଂସ୍ଥାର କଷ୍ଟମର କେୟାର ସହ ମଧ୍ୟ ଯୋଗାଯୋଗ କରିଥିଲେ । 

ଅଭିଯୋଗ ପରେ ମଧ୍ୟ କମ୍ପାନୀ ପକ୍ଷରୁ ସହାୟତା କରାଯାଇନଥିବା ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଅର୍ଡର କରାଯାଇଥିବା ପ୍ୟାକେଟ୍ ଖୋଲିବା ପରେ ଏହାର ଫଟୋ ମଧ୍ୟ ସୋନାକ୍ଷୀ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ଜଣାପଡୁଛି, ପ୍ୟାକେଟ୍ ଭିତରେ କୌଣସି ହେଡଫୋନ୍ ନୁହେଁ ବରଂ ଲୁହାର ଏକ ନଟ୍ ଭୋଲ୍ଟ ରହିଛି । ତେବେ ଅନଲାଇନରେ ଠକାମିରେ ପଡିବା ଏହା ପ୍ରଥମ ଘଟଣା ନୁହେଁ । ଆଗରୁ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଅନେକ ଅଭିଯୋଗ ପରେ ମଧ୍ୟ ଏଭଳି ଫ୍ରଡ୍ ଥମିବାର ନାଁ ନେଉନାହିଁ । ତେବେ ଅନଲାଇନ୍ ସଂସ୍ଥାରୁ ସାମଗ୍ରୀ କିଣିବା କେତେ ସୁରକ୍ଷିତ, ସେନେଇ ଏବେ ସୃଷ୍ଟି ହୋଇଛି ସବୁଠୁ ବଡ ପ୍ରଶ୍ନ ।