ଗରିବଙ୍କୁ ଦାନ କରିଦେଲେ ୬୦୦ କୋଟିର ସ୍ଥାବର ଅସ୍ଥାବର ସମ୍ପତ୍ତି । ନିଜ ପାଇଁ ରଖିଲେ ମାତ୍ର ଗୋଟିଏ ଘର । ଚର୍ଚ୍ଚାରେ ଶିଳ୍ପପତି ଅରବିନ୍ଦ ଗୋୟଲ

308

କନକ ବ୍ୟୁରୋ:  ଉତ୍ତରପ୍ରଦେଶ ମୋରାଦାବାଦର ଜଣାଶୁଣା ଶିଳ୍ପପତି ଡ. ଅରବିନ୍ଦ କୁମାର ଗୋୟଏ ନିଜର ସବୁ ସମ୍ପତ୍ତି ଦାନ କରିଦେଇଛନ୍ତି । ଦୀର୍ଘ ୫୦ ବର୍ଷ ଧରି କଠିନ ପରିଶ୍ରମ ବଳରେ ଯାହା କିଛି ଉପାର୍ଜନ କରିଥିଲେ ସେସବୁକୁ ଗରିବଙ୍କୁ ଦାନ କରିଦେଇଛନ୍ତି, ଯାହାର ମୂଲ୍ୟ ୬୦୦ କୋଟିରୁ ଉର୍ଦ୍ଧ୍ୱ ।

ଶିଲ୍ପପତି ଅରବିନ୍ଦ ଗୋୟଲଙ୍କର ଯେତେ ପ୍ରଶଂସା କଲେ ବି କମ୍ ହେବ । ଲୋକଙ୍କ ଅଶୀର୍ବାଦ ହିଁ ଜୀବନର ସବୁଠୁ ବଡ ପୁଞ୍ଜି ଏହାକୁ ଅନୁଭବ କରିପାରିଥିବା ଶିଳ୍ପପତି ଅରବିନ୍ଦ ଗୋୟଲ ତାଙ୍କର ସମସ୍ତ ଅର୍ଜିତ ସ୍ଥାବର , ଅସ୍ଥାବର ସମ୍ପତ୍ତିକୁ ଗରିବଙ୍କ ଅର୍ଥରେ ଦାନ କରିଦେଇଛନ୍ତି । ଆଉ ନିଜ ପାଇଁ ରଖିଛନ୍ତି କେବଳ ଗୋଟିଏ ଘର ।

ଏହାପୂର୍ବରୁ ମଧ୍ୟ ଅରବିନ୍ଦ ଗୋୟଲ ଅନେକ ଜନହିତକାରୀ କାମରେ ନିଜକୁ ନିୟୋଜିତ ରଖିଆସିଛନ୍ତି । ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ସମେତ ଅନେକ ରଜ୍ୟରେ ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ବୃଦ୍ଧାଶ୍ରମ ଓ ଡାକ୍ତରଖାନା ଖୋଲି ଲୋକଙ୍କ ସେବା କରିଅସୁଛନ୍ତି । କୋଭିଡ ସମୟରେ ମୋରାଦାବାଦରେ ୫୦ଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରି ଲୋକଙ୍କୁୁ ମାଗଣା ଖାଦ୍ୟ ଓ ଔଷଧ ବାଣ୍ଟିଥିଲେ ।
ଗୋୟଲଙ୍କ ପରିବାର କହିଲେ ତାଙ୍କ ପତ୍ନୀ ରେଣୁ, ଦୁଇ ପୁଅ ଓ ଗୋଟିଏ ଝିଅ । ବଡପଅ ମୁମ୍ବାଇରେ ରହୁଥିବାବେଳେ ସାନ ପୁଅ ମୋରାଦାବାଦରେ ରହି ବାପାଙ୍କୁ ବ୍ୟବସାୟରେ ସାହାଯ୍ୟ କରୁଛନ୍ତି । ତେବେ ଗୋୟଲଙ୍କ ସବୁ ସମ୍ପତ୍ତିକୁ ଗରିବଙ୍କ ପାଇଁ ଦାନ କରିଦେବା ନିଷ୍ପତ୍ତିକୁ ପରିବାରର ସବୁ ସଦସ୍ୟ ଖୁସିରେ ସ୍ୱାଗତ କରିଛନ୍ତି ।

ଅରବିନ୍ଦଙ୍କ ଦାନ କରିବା ପ୍ରେରଣା ଜଣେ ଗରିବ ବୁଢାଲୋକ । ଗୋୟଲ କୁହନ୍ତି, ୨୫ ବର୍ଷ ପୂର୍ବେ ସେ ଯେତେବେଳେ ଟ୍ରେନରେ ଯାତ୍ରା କରୁଥିଲେ ଜଣେ ଗରିବ ଲୋକକୁ ଅସହାୟ ଅବସ୍ଥାରେ ଦେଖିଥିଲେ । ନିଜର ଚପଲ କାଢି ଦେଇଦେଲେ ଆଉ ନିଜେ ଖାଲି ପାଦରେ ଆସିଲେ । ସେଇଦିନଠୁ ଗରିବଙ୍କୁ ଦାନ କରିବାକୁ ଆରମ୍ଭ କଲେ । ନିଜର କଠିନ ପରିଶ୍ରମ ଓ ଈଶ୍ୱରଙ୍କ ଅଶୀର୍ବାଦରୁ ଆଜି ସେ ଅନେକ ସଫଳତା ପାଇଛନ୍ତି । ତାଙ୍କ ପାଖରେ ପଇସାର ଅଭାବ ନାହିଁ ହେଲେ ଜୀବନକୁ ବି ଭରସା ନାହିଁ । କେତେବେଳେ ଆରପାରିରୁ ଡାକରା ଆସିବ , ଆଉ ସବୁକିଛି ଛାଡିଯିବାକୁ ପଡିବ କିଏ କହିବ । ଏଭଳି ଚିନ୍ତା କରି ନିଜର ସର୍ବସ୍ୱ ଦାନ କରିଦେଇଛନ୍ତି ଶିଲ୍ପପତି ଅରବିନ୍ଦ ଗୋୟଲ । ସେ ଦାନ କରିଥିବା ୬୦୦ କୋଟିର ସମ୍ପତ୍ତିକୁ ଗରିବଙ୍କ ଶିକ୍ଷା ଓ ମାଗଣା ଚିକିତ୍ସା ଦେବରେ ଖର୍ଚ୍ଚ କରାଯିବ ।

ଡ. ଅରବିନ୍ଦ ଗୋୟଲ ମୋରାଦାବାଦରେ ଜନ୍ମଗ୍ରହଣ କରିଥିଲେ । ବାପା ପ୍ରମୋଦ କୁମାର ଓ ମା’ ଶକୁନ୍ତଳା ଦେବୀ ଉଭୟ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଅରବିନ୍ଦଙ୍କ ଜନସେବାରେ ପ୍ରଭାବିତ ହୋିଛନ୍ତି ଦେଶର ବଡ ବଡ ବ୍ୟକ୍ତିତ୍ୱ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ, ପୂର୍ବତନ ରାଷ୍ଟ୍ରପତି ଡ . ଅବଦୁଲ କଲାମ, ପ୍ରତିଭା ପାଟିଲଙ୍କ ସମେତ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ତାଙ୍କୁ ସମ୍ମାନୀତ କରିଛନ୍ତି ।

ନିଜର ସମ୍ପତ୍ତି ବଢାଇବାକୁ ଲୋକେ ଅବୈଧ ଉପାୟରେ ଅର୍ଥ ଉପାର୍ଜନ କରିବା ସମୟରେ ଶିଳ୍ପପତି ଅରବିନ୍ଦ ଗୋୟଲଙ୍କର ଏପର ମହାନ କାର୍ଯ୍ୟ ସାରା ସମାଜକୁ ଦିଗଦର୍ଶନ ଦେଇଛି । ଆଉ ସେ ପାଲଟିଯାଇଛନ୍ତି କଳିଯୁଗର କୁବେର ।