ବିଦ୍ୟୁତ ବିଭାଗର ବଡ ଅବହେଳା । ଘର ଛାତ ଉପରେ ଥିବା ତାରରୁ ବିଦ୍ୟୁତ୍ ଝଟକା ଲାଗି ହାତ ହରାଇଲେ କୁନି ପୁଅ । 

146

କନକ ବ୍ୟୁରୋ: ଦେବଗଡରେ ବିଦ୍ୟୁତ ବିଭାଗର ବଡ଼ ଅବହେଳା ଅଭିଯୋଗ ହୋଇଛି । ଘର ଛାତ ଉପରେ ଖେଳୁଥିବା ବେଳେ ବିଦ୍ୟୁତ୍ ଝଟକା ଲାଗି ଦୁଇ ହାତ ହରାଇଛନ୍ତି ୭ବର୍ଷର କୁନି ପୁଅ ମୁନ୍ନା ମାଝୀ । ଦେବଗଡରେ ନିଜ ଘର ଛାତ ଉପରେ ଖେଳୁଥିବା ବେଳେ ମୁନ୍ନା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆହତ ହୋଇଥିଲେ । ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା କିନ୍ତୁ ମୁନ୍ନାଙ୍କୁ ୨ଟି ହାତ ଅକାମି ହୋଇଯାଇଛି । ଘରର ଛାତ ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ତାର ଝୁଲୁଥିବା ଘଟଣାକୁ ନେଇ ବିଦ୍ୟୁତ୍ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ଘର ମାଲିକ କିନ୍ତୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଆଉ ଶେଷରେ ବିଦ୍ୟୁତ ବିଭାଗର ଅବହେଳା ପାଇଁ କଷ୍ଟ ପାଉଛି କୁନି ପୁଅ ।