ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବଡ ଘୋଷଣା, ଜାଣନ୍ତୁ ନୂଆ ଅବକାରୀ ନୀତିକୁ ନେଇ କଣ କହିଲେ

159

କନକ ବ୍ୟୁରୋ: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟିର ନୂଆ ଅବକାରୀ ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି । ଏନେଇ ରାଜ୍ୟ ବିଜେପି ପକ୍ଷରୁ ରାଜରାସ୍ତାରେ ବିକ୍ଷୋଭ କରାଯିବା ସହ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ଆଗରେ ବି ବିକ୍ଷୋଭ କରାଯାଇଥିଲା । ଏସବୁ ଭିତରେ ନୂଆ ଅବକାରୀ ନୀତିକୁ ନେଇ ସିବିଆଇ ଯାଂଚ କରାଯାଉ ବୋଲି ଦିଲ୍ଲୀ ଉପରାଜ୍ୟପାଳ ପରାମର୍ଶ ଦେଇଥିଲେ । ଏସବୁ ଭିତରେ ରାଜଧାନୀ ଦିଲ୍ଲୀରେ ମଦର ଖୁଚୁରା ବିକ୍ରି ନେଇ ପୁରୁଣା ଅବକାରୀ ନୀତି ଲାଗୁ ହେବ ବୋଲି ଆଜି ଘୋଷଣା କରିଛନ୍ତି ମନୀଷ ସିସୋଦିଆ । ଏହା ଆସନ୍ତା ସୋମବାର ଠାରୁ ଲାଗୁ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

 

କହିରଖୁ କି ନୂଆ ଅବକାରୀ ନୀତି ୨୦୨୧-୨୨ କୁ ମାର୍ଚ୍ଚ ୩୧ ତାରିଖ ଠାରୁ ଦୁଇଥର ପାଇଁ ଦୁଇ ଦୁଇମାସ ବୃଦ୍ଧି କରାଯାଇଥିଲା । ହେଲେ ଜୁଲାଇ ୩୧ ତାରିଖ ଠାରୁ ନୁଆ ଅବକାରୀ ନୀତି ଉପରେ ବିରାମ ଲାଗିବାକୁ ଯାଉଛି । ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି କି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି କି ନୂଆ ଅବକାରୀ ନୀତି ଆସିବା ପର୍ଯ୍ୟନ୍ତ ଆଗାମୀ ୬ ମାସ ଯାଏ ପୁରୁଣା ନିୟମ ବଳବତ୍ତର ରହିବ ।