କର୍ଣ୍ଣାଟକର ସିନି ସେଟ୍ଟୀ ହେଲେ ମିସ୍ ଇଣ୍ଡିଆ ୨୦୨୨ : ଫାଇନାଲରେ ୩୧ ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ମୁକୁଟ

180

କନକ ବ୍ୟୁରୋ : ଦେଶକୁ ମିଳିଛି ଚଳିତ ବର୍ଷର ମିସ୍ ଇଣ୍ଡିଆ । କର୍ଣ୍ଣାଟକର ସିନି ସେଟ୍ଟୀ ହେଲେ ମିସ୍ ଇଣ୍ଡିଆ ୨୦୨୨ । ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମୁକୁଟ ଜିତିଛନ୍ତି ସିନି । ସେହିପରି ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର୍ସ ଅପ୍ ହୋଇଥିବା ବେଳେ ଉତରପ୍ରଦେଶର ଶିନାତା ଚୌହ୍ୱାନ ହୋଇଛନ୍ତି ସେକେଣ୍ଡ ରନର୍ସ ଅପ୍ ।

୩ ଜଣ ପ୍ରତିଯୋଗୀ ଫାଇନାଲରେ ଖୁବ୍ ଗର୍ଜିୟସ ଲୁକରେ ନଜର ଆସିଥିଲେ । ମୁମ୍ବାଇରେ ଆୟୋଜିତ ଏହି ଇଭେଣ୍ଟରେ ବଲିଉଡର ନାମିଦାମୀ କଳାକାର ବି ସାମିଲ ହୋଇଥିଲେ । ନେହା ଧୁପିଆ, କୃତି ସେନନ, ମଲାଇକା ଅରୋଡା, ମନିଷ ପଲ, ରାଜକୁମାର ରାଓ ପ୍ରମୁଖ କଳାକାରଙ୍କୁ ଗ୍ରାଣ୍ଡ ଫାଇନାଲରେ ଦେଖିବାକୁ ମିଳିଥିଲା ।