କରୋନା ଟିକା କହି ଦେଉଥିଲେ କ’ଣ? ଧରାପଡିବା ପରେ ଚାକିରିରୁ ବିଦା ହେଲେ ଡାକ୍ତର ।

269

କନକ ବ୍ୟୁରୋ: କୋଭିଡ ଟିକାକରଣକୁ ନେଇ ହଟହଟା ହୋଇଛନ୍ତି ଡାକ୍ତର । କହୁଥିଲେ କୋଭିଡ ଟିକା ହେଲେ ଦେଉଥିଲେ ସାଲାଇନ୍ ସଲ୍ୟୁସନ୍ ଇଂଜେକ୍ସନ୍ । ଏଥିପାଇଁ ଡାକ୍ତର ଜଣକ ସ୍ୱାସ୍ଥ୍ୟମନ୍ତ୍ରଣାଳୟର ରାଷ୍ଟ୍ରୀୟ ଟିକାକରଣ ଯୋଜନାରେ ରେଜେଷ୍ଟ୍ରି ମଧ୍ୟ କରାଇଥିଲେ । ହେଲେ ସତ୍ୟାସତ୍ୟ ଜଣାପଡିବା ପରେ ଡାକ୍ତରଙ୍କୁ ଚାକିରିରୁ ବିଦା କରାଯାଇଛି । ଏପରି ଘଟଣା ଘଟିଛି ସିଙ୍ଗାପୁରରେ ।

 ଡାକ୍ତର ଜିପସମ୍ କ୍ୱାହ୍ ଆଣ୍ଟି କରୋନାଭାଇରସ୍ ଟିକାକରଣ ହିଲିଙ୍ଗ ଦ ଡିଭାଇସର ସଦସ୍ୟ ଥିଲେ । ଡାକ୍ତର ଜିପସମଙ୍କ ଉପରେ ମିଛ ଟିକା ଦେବା କଥା ଧରାପଡିବା ପରେ ତାଙ୍କ ଉପରେ ଭୁଲ ଟିକାକରଣ ଡାଟା ପ୍ରସ୍ତୁତ କରି ସ୍ୱସ୍ଥ୍ୟ ମନ୍ତ୍ରଣାଳୟକୁ ଠକିବା ମାମଲା ଚାଲିଛି । ଏହି ଘଟଣା ଜାନୁଆରୀ ୨୩ ତାରିଖରେ ଜଣାପଡିବା ପରେ ତାଙ୍କ ଉପରେ କଡା ମାମଲା ଦାଏର ହୋଇ ବିଚାର ଜାରି ରହିଛି । ତାଙ୍କ ପରି କୌଣସି ଡାକ୍ତର ଯେପରି ଏହି ଭୁଲ ନକିନ୍ତି ତେଣୁ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।